ads

Breaking News

ଅତାବିରା ବିଜେଡି ପକ୍ଷରୁ ଅସହାୟ ପରିବାରଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ


 ବରଗଡ଼----  ସାରା ବିଶ୍ୱରେ କରୋନା ମହାମାରୀ ତାର କରାଳ କାୟା ଵିସ୍ତାର କରିଚାଲିଛି। ଥମିବାର ନାଁ ନେଉନାହିଁ।ଏଥିପାଇଁ ସମସ୍ତେ ଉଣା ଅଧିକେ କ୍ଷତିଗ୍ରସ୍ତ ହେଉଥିବାବେଳେ ସାଧାରଣ ଦିନ ମଜୁରିଆ ସବୁଠୁ ଅଧିକ ପ୍ରଭାବିତ ହେଉଥିବା ଜଣାପଡିଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ଜିଲ୍ଲା ଅତାବିରା ଏନଏସି ସ୍ଥିତ ୧୨ନଂ ୱାର୍ଡ ଅକ୍ଷୟ ଟିକ୍ରାରେ ।  ବିଧବା ବିଜୁଳି କୁମ୍ଭାରଙ୍କ ପରିବାର।ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଚଳାଇବା ତଥା ପିଲାଙ୍କୁ ମଣିଷ କରିବା ପାଇଁ ଅଳ୍ପ ବୟସ୍କା ତିନି ଝିଅଙ୍କୁ ବୁଢ଼ୀ ଆଇ ପାଖରେ ଛାଡ଼ିଦେଇ ବାହାରି ଯାଆନ୍ତି କର୍ମ କ୍ଷେତ୍ରକୁ।ବାପ ଛେଉଣ୍ଡ ଝିଅମାନେ ବୁଢ଼ୀ ଆଈଙ୍କ ଆଢୁଆଳରେ ରହି କଷ୍ଟେ ମଷ୍ଟେ ଦିନ କାଟିଥାନ୍ତି।କରୋନା ଯୋଗୁଁ କାମଧନ୍ଦା ସହ ଉପାର୍ଜନ ମଧ୍ୟ ବନ୍ଦ ହେଇ ଯାଇଛି । ତା ଉପରେ ପୁଣି ଜୀବନ ଭୟ।ବୁଢ଼ୀ ଆଈ ବା କରିବ କଣ।ପଦାକୁ ନବାହାରି ଘରେ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।ଅନ୍ୟ ପଟେ ପିଲାଙ୍କ ମାଁ ନିଜ ଗ୍ରାମକୁ ଫେରିବାକୁ ଚାହୁଁଥିଲେ ବି ଲକଡାଉନ ଯୋଗୁଁ ନିଜ ପିଲାଙ୍କ ପାଖକୁ ଫେରି ପାରୁନାହାନ୍ତି।ଛୁଆ ତିନୋଟି ନିଜ ମାଁର ଫେରିବା ବାଟକୁ ଚାହିଁ ଦିନ ଗଣୁଛନ୍ତି।ତେବେ ଏପରି ଅସହାୟ ପରିବାର ତଥା ପିଲାଙ୍କ ଖବର ପାଇ ବିଭିନ୍ନ ଅନୁଷ୍ଠାନ ତଥା ବିଜେଡି ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ଅନେକ ବ୍ୟବସ୍ଥା ମଧ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive