ads

Breaking News

କୁରାଳ ଗ୍ରାମରୁ ଜଣେ ନିରୁପାୟ ବାପାଙ୍କ ଆକୁଳ ନିବେଦନ



କୁରାଳ---- ନୟାଗଡ଼ ଜିଲ୍ଲାରେ କରୋନାକୁ ସଫଳଭାବେ ମୁକାବିଲା କରିବା ପାଇଁ ଡିଣ୍ଡିମ ପିଟୁଥିବାବେଳେ ଆଜି ଏହାର ନଗ୍ନ ନମୁନା ଦେଖିବାକୁ ମିଲଛି ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମରେ। କାମ ପାଇଁ ଛତିଶଗଡ଼ର ରାୟପୁରରେ ଥିଲେ। ସବୁଠାରୁ ବଡ଼ ସମସ୍ୟା ହେଉଛି ୧୦ ଦିନ ହେବ ଏମାନଙ୍କୁ ଠିକ୍ ଭାବରେ ଖାଦ୍ୟ ମଧ୍ୟ ମିଳୁ ନାହିଁ। ସହଯୋଗ ପାଇଁ ରାଜ୍ୟ ସରକାର ଦେଇଥିବା ନମ୍ବର ମଧ୍ୟ ଆକାମି । କୌଣସି ପ୍ରକାରର ଯୋଗାଯୋଗ ଏମାନେ କରିପାରୁ ନାହାଁନ୍ତି। ଦୟାକରି କେହି ଏମାନଙ୍କୁ ସାହାଯ୍ୟ କରନ୍ତୁ।ଏପରି ଏକ ଭିଡିଓ ମାଧ୍ୟମରେ ଏମାନେ ନିବେଦନ କରିଛନ୍ତି।ଜଣେ ବ୍ୟକ୍ତି ନିଜ ପୁଅ ଥାଲାସେମିଆ ରୋଗରେ ପୀଡ଼ିତ ଥିବାରୁ ତା ଚିକିତ୍ସା କରିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ।ତାଙ୍କ ପୁଅ ଏବେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଯୋଗୁଁ ତାଙ୍କୁ ଘରକୁ ଫେରାଇଆଣିବାକୁ ନିବେଦନ କରିଛନ୍ତି । 
କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts