ads

Breaking News

କୁନି ଛୁଆର ଦାନ,କୀର୍ତ୍ତି ଅମ୍ଳାନ


ନୟାଗଡ଼----ସାରା ବିଶ୍ୱରେ ମହାମାରୀ ରୂପନେଇଥିବା କରୋନା ଭୂତାଣୁର ମୁକାବିଲା କରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ନୟାଗଡ଼ ଜିଲ୍ଲାରୁ ସହାୟତାର ହାତ ବଢିଚାଲିଛି। ଏହି ସ୍ରୋତରେ ସାମିଲ କରି  ନୟାଗଡ଼ର ବନ୍ଧ ସାହିରେ ରହୁଥିବା ତଥା ମେଡିକାଲ ସମ୍ମୁଖରେ ଥିବା ତାରିଣୀ ମେଡିକାଲ ଷ୍ଟୋରର ପ୍ରୋପାଇଟର ଭଗବାନ ବେହେରା ଓ ମାତା ତସ୍ମିତା ବେହେରାଙ୍କ ଝିଅ ସ୍ପନ୍ଦିତା ବେହେରା ଗତ ଦୁଇ ବର୍ଷ ଧରି ମା, ବାପା ଦେଇଥିବା ପକେଟ ମନି ସଞ୍ଚି ସଞ୍ଚି ୧୦ହଜାର ଟଙ୍କାକୁ ଆଜି ଜିଲ୍ଲାପାଳ ପୋମା ଟୁଡୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି। ସ୍ପନ୍ଦିତା ନୟାଗଡ଼ସ୍ଥିତ ମହର୍ଷି ବିଦ୍ୟାଳୟର ୭ମ ଶ୍ରେଣୀର ଛାତ୍ରୀ ଅଟନ୍ତି। ସ୍ପନ୍ଦିତାଙ୍କ ଏପରି କାର୍ଯ୍ୟକୁ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ପ୍ରଶଂସା କରିବା ସହ ନୟାଗଡ଼ର ବୁଦ୍ଧିଜୀବୀ ମହଲରେ ଖୁବ ଚର୍ଚ୍ଚା ହେଉଛି।ତାଙ୍କ ଆଦର୍ଶ ଆଜି ସାରା ବିଶ୍ୱ ମାନବ ପାଇଁ ଏକ ସୁରକ୍ଷାର ବାର୍ତ୍ତା ବହନ କରୁଛି।ଏତେ କମ ବୟସରୁ ସମାଜ ସେବାରେ ନିୟୋଜିତ କରି ପ୍ରଶଂସାର ପାତ୍ର ହୋଇଥିବାରୁ ସାକ୍ଷୀଗୋପାଳ ନିଉଜ ପରିବାର ପକ୍ଷରୁ  ଶୁଭେଚ୍ଛା।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts