ads

Breaking News

ଓଡ଼ଗାଁରେ ଅସ୍ଥାୟୀ ପରିବା ହାଟ ଖୋଲିଲା


ନୟାଗଡ଼--- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ପରିବା ହାଟରେ ସାମାଜିକ ଦୂରତା କେହି ନ ମାନିବାରୁ ପ୍ରଶାସନ ତରଫରୁ ବନ୍ଦ କରିଦିଆଯାଇଛି। ଜନଗହଳିକୁ ଦୃଷ୍ଟିରେ ରଖି ଏହାକୁ ଅସ୍ଥାୟୀ ରୂପେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସମ୍ମୁଖରେ ଥିବା ମହୋତ୍ସବ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି।ଆଜି ଅସ୍ଥାୟୀ ପରିବା ହାଟରେ ମଧ୍ୟ ଅନୁରୂପ ଜନଗହଳି ପରିଲକ୍ଷିତ ହୋଇଛି।ଲୋକମାନଙ୍କୁ ପୋଲିସ ଓ ପ୍ରଶାସନ ତରଫରୁ ସଚେତନ କରାଯାଇଥିଲେ ମଧ୍ୟ ଲୋକମାନେ ଏହାକୁ ଅଣଦେଖା କରୁଛନ୍ତି।ସାମାଜିକ ଦୂରତା ଅବଲମ୍ବନ କରୁନଥିବା ଦେଖିବାକୁ ମିଳିଛି।ଅନ୍ୟ ହାଟ ତୁଳନାରେ ଏହି ହାଟରେ ପନିପରିବା ଖୁବ ଶସ୍ତାରେ ମିଳୁଥିବା ଯୋଗୁଁ ବହୁ ଜନସମାଗମ ଦେଖିବାକୁ ମିଳିଛି।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts