ads

Breaking News

ଜିଲ୍ଲା ଚିକିତ୍ସାଧିକାରୀଙ୍କ ସମିକ୍ଷା ବୈଠକ

ବରୀ -ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନୂତନ ଭାବେ ଯୋଗଦେଇଥିବା ଡା. ସୁଧାଶୁଂ ଶେଖର ବଳ ଗୁରବାର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସମିକ୍ଷା ବେଠୌକ କରିଥିବା ଜଣାପଡିଛି । କରୋନା ଭାଇରସର ମୁକାବିଲା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ,ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କମୀଙ୍କୁ ନେଇ ସମିକ୍ଷା କରିଥିଲେ । ପ୍ରତି ପଞ୍ଚାୟତରେ କରାଯାଇଥିବା ସଂଗରୋଧ କୋଠରୀ ସୁପରି ଚାଳନା ପାଇଁ ସ୍ୱାସ୍ଥ୍ୟକମୀ କର୍ମଚାରୀଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥଲେ । କୈାଣସି ରୋଗୀଙ୍କୁ ଚିକିତ୍ସାରୁ ବଂଚିତ କରାଯିବ ନାହି ବୋଲି କହିବା ସହିତ କରୋନା ସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ । ଔଷଧ  ମଜବୁତ ରହିବା ସହିତ ଥଣ୍ଡା,ଜ୍ୱର,କାଶ କଫ ଆଦି ରୋଗୀଙ୍କୁ ତୁରନ୍ତ ଚିକିତ୍ସା କରିବା ସହିତ ସଚେତନତା ରହିବାକୁ ପରାମର୍ଶ ଦେଇଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ କର୍ମଚାରୀଙ୍କୁ କହିଥିଲେ ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive