ସାନିଟାଇଜେସନ ହେଲା ବ୍ଲକ,ତହସିଲ ଓ ବରୀସ୍ୱାସ୍ଥ୍ୟ କେନ୍ଦ୍ର
ବରୀ--- କରୋନା ଭାଇରସ ଦେଶରେ କାୟା ବିସ୍ତାର କରି ଚାଲିଛି । ଏହାକୁ ରୋକ ଦେବା ଲକ ଡାଉନ ଜାରି କରାଯାଇଛି । ପ୍ରତ୍ୟେକ ଦିନ ଜରୁରୀ କାମରେ ଆସୁଥିବା ବ୍ଲକ,ତହସିଲ ଓ ବରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ସମୂର୍ଣ୍ଣ ରୁପେ ସାନିଟାଇଜେସନ କରାଯାଇଛି । ତହସିଲଦାର ସରୋଜକାନ୍ତ ନାୟକଙ୍କ ନିର୍ଦ୍ଦେଶ କ୍ରମେ ବରୀ ଅଗ୍ନିଶ୍ରମ ବାହନୀ ର ଏକ ଟ୍ୟାଙ୍କରେ ପାଣି ସହିତ ସାନିଟାଇଜର ମିଶ୍ରଣ କରି ଅଫିସ ପରିସରରେ ଥିବା ରାସ୍ତା ଘରର କାନ୍ଥ ,ପାଚେରୀ ମାନଙ୍କୁ ସ୍ପେରେ କରିଥିବା ଜଣାପଡିଛି । ଆଜି ପ୍ରଥମେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଓ ବ୍ଲକରେ ଭାରପ୍ରାପ୍ତ ବିଡିଓ ଶାଶ୍ୱତ ଜେନାଙ୍କ ତତ୍ୱାବଧନରେ କରା ଯାଇଥିଲାବେଳେ ବରୀ ତହସିଲ ଅଫିସ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ସାନିଟାଇଜେସନ କରାଯାଇଥିବା ଜଣାପଡିଛି । ସେହି ପରି ଭାବେ ଗମ୍ମୁ ପଞ୍ଚାୟତର ଯୁବକମାନେ ସ୍ରୋତ ପ୍ରବୁତ ଭାବରେ ଗମ୍ମୁ ଗ୍ରାମ ସହିତ ହାଇସ୍କୁଲ ଛକରେ ଥିବା ଦୋକାନ ମାନଙ୍କୁ ସାନିଟାଇଜ କରିଥିବା ଜଣାପଡିଛି ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ



