ads

Breaking News

କୁରୁମବାଙ୍କତରା ଗ୍ରାମର ସବୁ ପ୍ରବେଶ ପଥ ବନ୍ଦ


ଓଡ଼ଗାଁ--  ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରୁମବାଙ୍କତରା ଗ୍ରାମର ସବୁ ପ୍ରବେଶ ପଥକୁ ଗ୍ରାମବାସୀଙ୍କ ତରଫରୁ ବନ୍ଦ କରିଦିଆଯାଇଛି।କରୋନାର ପ୍ରକୋପରୁ ରକ୍ଷା ପାଇବା ନିମନ୍ତେ ଏପରି ପଦକ୍ଷେପ ନିଆଯାଇଛି।କୁରୁମବାନକତରା ସବୁଜିମା ବିକାଶ ପରିଷଦର ସଭାପତି ଗଣେଶ ନାୟକ,ସମ୍ପାଦକ କୈଳାଶ ଚନ୍ଦ୍ର ପରିଡ଼ା,ବିଘ୍ନେଶ୍ୱର ସଂଘ,ଦିବ୍ୟଜ୍ୟୋତି ସଂଘ,ଗଣପତି ସଂଘ,ବିବେକାନନ୍ଦ ସଂଘ ଏବଂ ଲମ୍ବୋଦର ସଙ୍ଘର ସମସ୍ତ ସଦସ୍ୟ ମିଶି ଗ୍ରାମକୁ ସଂଯୋଗ କରୁଥିବା ଚାରୋଟି ରାସ୍ତା ବେଡ଼ା ରାସ୍ତା,ମହୁଲଗଡାଣି ରାସ୍ତା,ନରହରି ସାହି ରାସ୍ତା ଏବଂ କୋଇଲି ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଛନ୍ତି। ଏପରିକି ଗ୍ରାମକୁ କୋୖଣସି ବାହର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କାମ ନଥିଲେ କେହି ବାହରକୁ ଯିବାକୁ ମଧ୍ୟ କଟକଣା କରାଯାଇଛି ବୋଲି ଜଣାପଡିଛି । 
ଓଡ଼ଗାଁ ରୁ ରାଜୀବ ଲୋଚନ ବରାଡ

ads

Blog Archive

Popular Posts