କୁରାଳ ଗ୍ରାମ ପଞ୍ଚାୟତ କରୋନା ମୁକାବିଲା ପାଇଁ ସଜାଗ
କୁୁୁୁରାଳ ---- ସାରା ବିଶ୍ୱକୁ କବଳିତ କରିରଖିଛି କରୋନା । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ତରଫରୁ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରିବା ସହ ପଦକ୍ଷେପ ମଧ୍ୟ ନିିଆ ଯାଉଛି । ଠିକ ସେହିପରି ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମପଞ୍ଚାୟତ ତରଫରୁ କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଣ ମାନଙ୍କୁ ରକ୍ଷା କରିବା ପାଇଁ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।ପ୍ରଥମତଃ କୁରାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କରୋନା ନିମନ୍ତେ ସ୍ୱତନ୍ତ୍ର ୩୦ ଶଯ୍ୟା ବିିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ତିଆରି ହୋଇଅଛି ।
କୁରାଳ ଗ୍ରାମପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକ ନିଜର ପ୍ରଥମ ଅବସରକାଳୀନ ଭତ୍ତା ୩୬,୦୦୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।
ଗ୍ରାମପଞ୍ଚାୟତ ତରଫରୁ ସାଧାରଣ ଜନତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅସହାୟ ,ନିଃସହାୟ ତଥା ଦିନମଜୁରୀଆ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି ।
କୁରାଳ ଫାଣ୍ଡି ତରଫରୁ ସଦାସର୍ବଦା ଲୋକମାନଙ୍କୁ ସଚେତନ କରିବା ସହିତ ଘରେ ରହିବା ସହିତ ଜନଗହଳି ନ କରିବାକୁ ପରାମର୍ଶ ଦେଉଛନ୍ତି ।ଆଶା କର୍ମୀ ଏବଂ ଅଙ୍ଗନବାଡି କର୍ମୀ ମାନେ ବାହାର ରାଜ୍ୟରୁ ତଥା ଦେଶରୁ ଆସୁଥିବା ଲୋକ ମାନଙ୍କୁ ରେଜିଷ୍ଟ୍ରେସନ କରିବା ସହ ଘରେ ଗୃହ ବନ୍ଦୀ ହେବାକୁ ଉପଦେଶ ଦେଉଛନ୍ତି ।
ଶିକ୍ଷକ ମାନଙ୍କ ସହାୟତାରେ ଘରେ ଘରେ ବୁଲି ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କରାଯାଉଛି ।





