ads

Breaking News

ପୋଡଙ୍ଗ ଗ୍ରାମକୁ ବିଶୋଧନ କଲେ ବିଜେଡି ଯୁବ ନେତା


ପିପିଲି -ପୁରୀ ଜିଲ୍ଲା ର ପ୍ରଥମ କରୋନା ରୋଗୀ ଭାବେ ପିପିଲି ଅଞ୍ଚଳର ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଚିହ୍ନଟ ହେବା ପରେ ଅଞ୍ଚଳ ର ଲୋକମାନେ ଅଧିକ ରୁ ଅଧିକ ସଚେତନା ହୋଇଥିବା ଦେଖିବାକୁ ମିଳିଛି । ରବିବାର ଦିନ ପିପିଲି ବିଜେଡିର ଯୁବନେତା ତଥା ତେଇସିପୁର ସମିତିସଭ୍ୟ ଧରଣୀଧର ସାହୁ ପୋଡଙ୍ଗ ଗ୍ରାମର ଯୁବକ ମାନଙ୍କୁ ସାଥୀରେ ଧରି ଗ୍ରାମକୁ ବ୍ଲିଚି କରିବା ସହ ନିଜେ ସ୍ପ୍ରେ ମେସିନି ମାଧ୍ୟମରେ ଗ୍ରାମ ଦାଣ୍ଡକୁ ବିଶୋଧନ କରିଥିଲେ । ଏହି ସାନିଟାଇଜ ଓ ବ୍ଲିଚିଂ ସମୟରେ ଗ୍ରାମର ଯୁବକମାନେ ସମସ୍ତଙ୍କ ଘର ଘର ବୁଲି କୋରନା ରୋଗ ଠାରୁ ନିଜକୁ ବଞ୍ଚାଇବାକୁ ହେଲେ ନିଜ ଘରେ ନିଜେ ସଚେତନ ରହନ୍ତୁ । ଏବଂ ନିଜ ଗ୍ରାମକୁ କୋରନା ଭାଇରସ ଠାରୁ ଦୁରେଇ ରଖିବା ସେଥିପାଇଁ ସମସ୍ତେ ସାମାଜିକ ଦୁରତା ବଜାୟ ରଖିବା । ଘରେ ହାତକୁ ବାରମ୍ବରା ସାବୁନରେ ଧୋଇବା , ଅତ୍ୟାବଶ୍ୟକ କାର୍ଯ୍ୟ ନଥାଇ ବାହାରକୁ ନଯିବା କହିବା ସହ ସଚେତନା ହିଁ ଏହି ରୋଗର ସୁରକ୍ଷା ବୋଲି ଗ୍ରାମରେ ପରାମର୍ଶ ଦିଆଯାଇଛି । ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚା ୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ କୁମାର ସାହୁ ,ଜିଆରଏସ ପ୍ରକାଶ ଚନ୍ଦ୍ର ଦାଶ,ଶିକ୍ଷକ ଶ୍ରୀଧର ପ୍ରଧାନ,ଅଙ୍ଗନବାଡି କର୍ମି ସାଗରିକା ସାହୁ , ସମିତିସଭ୍ୟ ଶ୍ରୀସାହୁଙ୍କ ଉପସ୍ଥିତି ପୋଡଙ୍ଗ ଗ୍ରାମରେ ଘରେ ଘରେ ରାସନ କାର୍ଡଧାରୀ ମାନଙ୍କୁ ସରକାରଙ୍କ ପକ୍ଷରୁ ମିଳିଥିବା ଏକ ହଜାର ଟଙ୍କା ପ୍ରଦାନ କରିଥିଲେ ।
ପିପିଲି ରୁ ବିଜୟ କୁମାର ମହାପାତ୍ର

ads

Blog Archive

Popular Posts