ads

Breaking News

ଖଣ୍ଡପଡାରେ କୋଭିଡ ହସ୍ପିଟାଲ ପ୍ରସ୍ତୁତ


ନୟାଗଡ଼--ଦେଶ ଓ ରାଜ୍ୟ ରେ କରୋନାର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।କେଉଁଠି ଲକ ଡାଉନ ତ କେଉଁଠି ସଟ ଡାଉନ ଲାଗୁ ହେଉଛି।ସଚେତନତାର ଅଭାବ ହେଉ କିମ୍ବା ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଉନାହାନ୍ତି ଜନସାଧାରଣ।କୋଭିଡ ୧୯ ଭୁତାଣୁ ଦ୍ଵାରା ସଂକ୍ରମଣର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ତେଣୁ ପୂର୍ତ୍ତ ବିଭାଗ ଦ୍ଵାରା ଖଣ୍ଡପଡା ସହରରେ ଏକ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି।ଏଥିରେ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହୃତ ହୋଇଥିବାବେଳେ ବିଶୋଧନର ବ୍ୟବସ୍ଥା କରାଯାଇଛି।ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ମଧ୍ୟ ପ୍ରସ୍ତୁତ କରାଯାଇଛି।କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ୧୦୦ଟି ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ତିଆରି କରାଯାଇଛି।ଏହି ହସ୍ପିଟାଲର ପରିଚାଳନା ଦାୟିତ୍ବ ଡ଼ଃ ପ୍ରଦୀପ କୁମାର ପାଇକରାୟଙ୍କ ଉପରେ ନ୍ୟସ୍ତ କରାଯାଇଛି।ଏହି ହସ୍ପିଟାଲ ରବିବାର ଠାରୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ ବୋଲି ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। 
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts