ads

Breaking News

ସ୍ୱାସ୍ଥ୍ୟ କର୍ମଚାରୀଙ୍କର ନିଆରା ଢ଼ଙ୍ଗରେ କରୋନା ସଚେତନତା


 ସାକ୍ଷୀଗୋପାଳ---  ସତ୍ୟବାଦୀ ବ୍ଳକରେ ଆଜି ଜଣେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିଆରା ଢ଼ଙ୍ଗରେ କରୋନା ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା । ପେସାରେ ସେ ଜଣେ ସ୍ୱାସ୍ଥ୍ୟ ବିଭାଗର ଚତୁର୍ଥ କର୍ମଚାରୀ । ମାତ୍ର ତାଙ୍କର ନିଶା ହେଉଛି ସମାଜସେବା । କରୋନା ଯୋଗୁ ରାଜ୍ୟ ରେ ଲକ ଡାଉନ ଜାରି ହୋଇଛି । ବାଲିପୁଟ ସ୍ୱାସ୍ଥ୍ୟ କେନ୍ଦ୍ରର ରମେଶ ଚନ୍ଦ୍ର ପାତ୍ର ଜଣେ ଝାଡୁଦାର ଭାବେ କାର୍ଯ୍ୟରତ । ଏବେ ସେ ନିଜ ସ୍କୁଟି ଯୋଗେ ପୁରୀ ଜିଲ୍ଲା କରୋନା ସଚତେନତା ବାର୍ତ୍ତା ବାଣ୍ଟୁଥିବା ଜଣାପଡିଛି । ତାଙ୍କ ସ୍କୁଟିଟିକୁ ସେ ଏପରି ଭାବେ ସଜାଇଛନ୍ତି ଯେ କେହି ଏହାକୁ ଦେଖିଲେ ନିଶ୍ଚୟ କିଛି ସମୟ ପାଇଁ ଅଟକି ରହିବ । ସେ ଏକ ଗ୍ରାମକୁ ଗ୍ରାମ ବୁଲି କରୋନା ରୋଗ ସମ୍ପର୍କରେ ଲୋକ ମାନଙ୍କୁ ସଚେତନତା କରିବା ସହ ରାଜ୍ୟ ସରକାରଙ୍କ ଲକ ଡାଉନକୁ ସମସ୍ତେ ମାନିକି ରହନ୍ତୁ । କରୋନାକୁ କେହି ଘରକୁ ଡାକି ନ ଆଣନ୍ତୁ ସେ ସମ୍ପର୍କରେ ବଜାର ଓ ଗ୍ରାମ ଛକ ମାନଙ୍କରେ ବୁଲୁଥିବା ଯୁବକ ମାନଙ୍କୁ ହାତ ଯୋଡି ଘରୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive