ଲକ ଡାଉନର ନବମ ଦିନରେ ୧୦୧୫ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଣ
ସାକ୍ଷୀଗୋପାଳ---- ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି ହୋଇଛି । ଏହି ଲକ ଡାଉନରେ ବିଶେଷ କରି ଗରିବ, ଅସହାୟ, ବାହାର ରାଜ୍ୟରୁ ଶ୍ରମିକ ମାନେ ‘ଶି ରହିଛନ୍ତି । ଏମାନଙ୍କୁ ଖାଇବାକୁ ମିଳୁ ନାହିଁ । ରାଜ୍ୟ ସରକାର ଏହାକୁ ନଜର କରି ବ୍ଳକ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତୁରନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ । ଲକ ଡାଉନର ନବମ ଦିନରେ ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ୧୬ଟି ଗ୍ରାମ ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ୧୦୧୫ ଜଣଙ୍କୁ ଗରମ ରନ୍ଧା ଖାଦ୍ୟ ବିତରଣ କରାଯାଇଥିବା ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


