ପ୍ରଶାସନର ଜ୍ଞାତସାରରେ ଅତବିରାରେ କରୋନା ଔଷଧ ବିକ୍ରି.
ବରଗଡ଼------ ବରଗଡ଼ ଜିଲ୍ଲା ଅତବି ବ୍ଲକ ୫୩ନଂ ଜାତୀୟ ରାଜପଥ କଡ଼ ତଥା ଗୋଡ଼ଭଗା ଛକରୁ ଲହଣ୍ଡା ଯିବା ରାସ୍ତାରେ ବାମ ପାର୍ଶ୍ଵରେ ଦାସ କ୍ଲିନିକରେ କରୋନା ପ୍ରିଭେଣ୍ଟିବ ବ୍ୟାନର ମାରି ପ୍ରଶାସନର ଜ୍ଞାତସାରରେ କରୋନା ଔଷଧ ବିକ୍ରି ହେଉଥିବା ବେଶ ଚର୍ଚ୍ଚାର ବିଷୟ ହୋଇପଡିଥିଲା। ଯାହା ବିଶ୍ୱସ୍ତ ସୂତ୍ରରୁ ଆମେ ଖବର ପାଇ ଦାସ କ୍ଲିନିକର ଡ଼ ପ୍ରଦୀପ ଦାସଙ୍କୁ ପଚାରିଥିଲୁ। ହେଲେ ସେ ଚେଲେଞ୍ଜ କରି କହିଥିଲେ ଆମ ଆୟୁଷ ବିଭାଗର ନିର୍ଦ୍ଦେଶ ଅଛି । ଅନ୍ୟ ପଟେ ସରକାର କରୋନାର କୌଣସି ପ୍ରକାର ଔଷଧ ନାହିଁ କେବଳ ସଚେତନ,ସତର୍କତା ଓ ସାମାଜିକ ଦୂରତା ହିଁ କରୋନା ମହାମାରୀରୁ ଦୁରେଇ ରଖିପାରିବ ବୋଲି ଚାରିଆଡେ ଡିଣ୍ଡିମ ବାଡେଇ ଲୋକଙ୍କୁ ସଚେତନ କରି ସାରା ଦେଶରେ ଲକଡାଉନର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।ଏନେଇ ଗତ ୨୪ତାରିଖ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ ଚାନ୍ଦ ଓ ତହସିଲଦାର ହୃଦାନନ୍ଦ ଅଡ୍ଡାଙ୍କୁ ଜଣାଇବା ପରେ ତହସିଲଦାର ଅଡ୍ଡା ଗୋଡ଼ଭଗା ସର୍କଲ ଆରଆଇ ମହାପାତ୍ରଙ୍କୁ ସଙ୍ଗେ ସଙ୍ଗେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ଗୋଡ଼ଭଗା ଫାଣ୍ଡି ଅଧିକାରୀଙ୍କୁ ମଧ୍ୟ କହିଥିଲେ।ଆର ଆଇ ମହାପାତ୍ର ଯାଇ ତଦନ୍ତ କରିବା ସହ ଫଟୋ ଉଠାଇ କରୋନା ଔଷଧ ବିକିବା ପାଇଁ ମନା କରିବା ସହ ଡ଼, ଦାସଙ୍କୁ ତାଗିଦ କରିଥିବା ଜଣାପଡିଛି । ହେଲେ ଆର ଆଇ ମହାପାତ୍ରଙ୍କୁ ମଧ୍ୟ ଚେଲେଞ୍ଜ କରିବା ସହ ଆମ ଆୟୁଷର ନିର୍ଦ୍ଦେଶ ଅଛି କହି ଆମେ ବିକି ପାରିବୁ ବୋଲି କହିଥିଲେ । ବରଗଡ଼ ସିଡିଏମଓ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଜଣାଇବା ପରେ ସେ କହିଥିଲେ ନାଁ ନାଁ ସେମିତି କିଛି ଔଷଧ ନାହିଁ କି ବ୍ୟାନର ମାରି ବିକ୍ରି ମଧ୍ୟ କରିପାରିବେ ନାହିଁ ଓ ଯଦି କିଏ ବିକୁଛନ୍ତି ତେବେ ତାଙ୍କ ନାଁରେ କେସ ହେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଜଣାଇବାରୁ ସେ ମଧ୍ୟ ନିକଟସ୍ଥ ପୋଲିସକୁ ଖବର ଦେବା ପାଇଁ କହିବା ସହ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ହେଲେ ଏଠି ପ୍ରଶ୍ନ ଉଠୁଛି ଯେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ଅବଗତ ହେବା ସତ୍ତ୍ୱେ ମଧ୍ୟ କରୋନା ଔଷଧ ବିକ୍ରି କରି ଲୋକଙ୍କୁ ଭଣ୍ଡାଉଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଘଟଣା ଅଞ୍ଚଳରେ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।କେବଳ ସେତିକି ନୁହେଁ ଏଇ ଘଟଣାକୁ ନେଇ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି ଯେ ଡ଼ ଦାସଙ୍କୁ ଜୋରିମାନା ମଧ୍ୟ କରାଯାଇଛି।ତେବେ ସେ ଜୋରିମାନା କିଏ କରିଛି ଓ ରିଶିଦ କଟା ହେଇଛି କି ନାହିଁ ତାହା ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି।ତେବେ ଏନେଇ ଆମେ ଗତକାଲି ଅତାବିରା ତହସିଲଦାର ଅଡ୍ଡା ଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ନଦେଇ ଗୋଡ଼ଭଗାର ତ ବୋଲି କହିବା ସହ କେତେବେଳେ ପଦକ୍ଷେପ ନିଆ ହୋଇଛି କହୁଛନ୍ତି ତ ଆଉ କେତେବେଳେ ପୋଲିସ ବାଲାଙ୍କୁ କୁହାଯାଇଛି।ବେଳେବେଳେ ପଦକ୍ଷେପ କଣ ମନା କରି ଦିଆଯାଇଛି ଆଉ ବିକିବେନି ବୋଲି କହିବା ସହ ଓଲଟି ସେମିତି ଯଦି କହିବେ ସେ ନିଜ ମୁଣ୍ଡରୁ ଅଠା ଛଡାଇ ସେଇଟା ଆମ କାମ ନୁହଁ ଦ୍ରଗିଷ୍ଟ ଇନ୍ସପେକ୍ଟର ତାକୁ କରିବେ ବୋଲି କହିଥିଲେ। ହେଲେ ଏପର୍ଯ୍ୟନ୍ତ ତାହା କେମିତି ତଦନ୍ତ ଶୂନ୍ୟ ହୋଇ ପଡିଛି ଓ ସେଥିରେ କଣ ରହସ୍ୟ ରହିଛି ସେ ଉପରେ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି। ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ



