ads

Breaking News

ଲାଦେରପାଲି ହନୁମାନ ମନ୍ଦିରରେ ରାମ ନବମୀ....


 ବରଗଡ଼---- କରୋନା ଯୋଗୁ ରାଜ୍ୟ ରେ ଲକ୍ ଡାଉନ୍ ଜାରି ହୋଇଛି ।   କରୋନା ଯୋଗୁ ରାମ ନବମୀ ଯାତ୍ରା ଫିକା ପଡ଼ିଯାଇଛି । ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଲାଦେରପାଲି ଗ୍ରାମର ହନୁମାନ ମନ୍ଦିର ଠାରେ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଯାଇଛି  ରାମ ନବମୀ। ଏହି ଅବସରରେ ପୂଜା କାର୍ଯ୍ୟରେ ମାନଭଞ୍ଜନ ପ୍ରଧାନ ଓ ପତ୍ନୀ କୁନି ପ୍ରଧାନ ରହିଥିବାବେଳେ ପ୍ରଥମେ କଳସ ପୂଜା,ପୀଠ ପୂଜା,ଦେବତା ଆବାହନ,ପାର୍ଶ୍ଵ ଦେବତା ପୂଜା ସହ ହୋମ ଆରର୍ତ୍ରିକ ପୁଷ୍ପାଞ୍ଜଳି ପରେ ପୁର୍ଣ୍ଣାହୁତି ହୋଇ ଅତି ସୁରୁଖୁରୁରେ ପୂଜାର୍ଚ୍ଚନା ସମାପନ ହୋଇଥିଲା।ଏଥିରେ ସହଯୋଗୀ ଭାବେ ଦିଲ୍ଲୀପ କୁମାର ସାହୁ ରହିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive