ads

Breaking News

ଖୁଲମଖୁଲା ଚାଲିଛି ବାଲି ଚୋରା ଚାଲାଣ,ପ୍ରଶାସନ ଚୁପ


  ବରଗଡ଼--- ବରଗଡ଼ ଜିଲ୍ଲା ଭେଡେନ ବ୍ଲକରେ ଲକ୍ ଡାଉନ୍ରରେ  ଖୁଲମଖୁଲା  ଚୋରା ବାଲି ଚାଲାଣ ଚାଲିଛି । ସବୁ ଜାଣି ମଧ୍ୟ ପ୍ରଶାସନ ଚୁପ।  ବ୍ଲକର ଗର୍ଭନା ଆର ଆଇ ସର୍କଲ ମାନପୁର ପଞ୍ଚାୟତ କମଗାଁର ସତୀ ଘାଟରୁ ଦିନ ଦ୍ବୀପହରେ ଚୋରା ବାଲି ଚାଲାଣ କରାଯାଉଛି । ବାଲି ମାଫିଆ ମାନେ ପ୍ରଶାସନ ଅଧିକାରୀ ମାନଙ୍କୁ ହାତ ମୁଠାରେ ରଖି ନିଜର ଦୌରାତ୍ମ ବଢ଼ାଇ କାୟା ବିସ୍ତାର କରିବା ସହ  ରାଜସ୍ୱ ହାନି ଘଟାଇ ଚାଲିଛନ୍ତି। ଏଇ ମାଫିଆ ମାନଙ୍କ ପାଇଁ କରୋନା ମୁକାବିଲା ଯୋଗୁଁ ଚାଲିଥିବା ସରକାରଙ୍କ ଲକଡାଉନ ବ୍ୟବସ୍ଥା ମଧ୍ୟ ମାଫ  ବୋଲି ଲୋକମାନେ କହନ୍ତି । ଯାହା ଆମେ କହୁନାହୁଁ ଏଇ ଦୃଶ୍ୟରୁ ଜଣାପଡେ।ରାତି ୪ଟାରୁ ଟ୍ରାକ୍ଟର ଯୋଗେ ଘାଟରୁ ବାଲି ଚୋରୀ କରି ଅନେକ ସ୍ଥାନରେ ବାଲି ଗୋଡାଉନ କରି ଚଢ଼ା ଦରରେ ବିକ୍ରି କରୁଥିବା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଉଛି।ଏନେଇ ଆମେ ଭେଡେନ ତହସିଲଦାର ସୀମା କୁଲୁଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିବା ସହ ଫୋନ ଯୋଗେ ମଧ୍ୟ ଯୋଗାଯୋଗ କରିଥିବାବେଳେ ଫୋନ ରିଶିଵ ହୋଇନଥିଲା।ପରେ ଅତିରିକ୍ତ ତହସିଲଦାର ନାରାୟଣ ଡନସନାଙ୍କୁ ଯୋଗାଯୋଗ କରିବାରୁ ସେଇଟା ମୋ ଏରିଆ ନୁହଁ ତହସିଲଦାର କୁଲୁ ମାଡମ ବୁଝୁଛନ୍ତି ତାଙ୍କୁ ସମ୍ପର୍କ କରନ୍ତୁ ବୋଲି କହିଥିଲେ।ସେହିପରି ଗର୍ଭନା ସର୍କଲ ଭାରପ୍ରାପ୍ତ ଆରଆଇ ସୁମିତ କୁମାର ରେଭେନଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ କମଗାଁ ଘାଟ ରୋୟଲଟି ଲାଗି ନାହିଁ।ଦୀର୍ଘ ଦିନରୁ ଚୋରୀ ହେଉଛି ଓ ଏନେଇ ତହସିଲଦାରଙ୍କୁ ମଧ୍ୟ ଜଣାଇଛୁ ହେଲେ କିଛି ଲାଭ ନାହିଁ।ଏବେ ଲକଡାଉନର ଫାଇଦା ଉଠାଇ ବେଶି ହେଉଛି ହେଲେ କିଏ ଜଗିବ କହି ଓଲଟି ଆପଣ ଜଗିବେ ଯଦି ଆସନ୍ତୁ ବୋଲି କହିଥିଲେ।ତେବେ ଏମାନେ ସରକାରୀ ନିୟମରୁ ଉର୍ଦ୍ଧ୍ବରେ ଥିବାର ଜଣାଯାଏ। ଚାରିଆଡେ କରୋନା ମହାମାରୀକୁ ନେଇ ଭୟର ବାତାବରଣ ଖେଳି ଅଞ୍ଚଳକୁ ଥରାଇ ଦେଇ ଲୋକଙ୍କ ଭୋକ,ଶୋଷ,ନିଦ ହଜିଯାଇଛି। 
  ଲୋକଙ୍କୁ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି ଚାରିଆଡେ ବାର୍ତ୍ତା ଦେଉଛନ୍ତି ରାଜ୍ୟ ସରକାର ।ହେଲେ ରାଜସ୍ୱ ବିଭାଗ ଏଠି ନିଜ ସ୍ୱାର୍ଥ ହାସଲ ଦିଗରେ ମଜ୍ଜି ରହିଥିବାବେଳେ ମାଫିଆ ମାନେ ଖୁଲମଖୁଲା ବାଲି ଚୋରିକରି ରାଜସ୍ୱ ହାନି ଘଟାଉଛନ୍ତି। ସୁଚନା ଯୋଗ୍ୟ ଯେ ଲକ ଡାଉନ୍ ସମୟରେ ଡମ୍ପର ଚଲାଇବାକୁ ଅନୁମତି ଦେଲା କିଏ । ଡମ୍ପରଟି ବାଲି ନେଇ ରାସ୍ତା ଉପରେ ଗଲା କିପରି କାହାରି ନଜର ପଡିଲା ନାହିଁ ତାହା ଅଞ୍ଚଳ ବାସିଙ୍କୁ ଆଚାର୍ଯ୍ୟ ଲାଗିଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ।

ads

Blog Archive