ads

Breaking News

ସତ୍ୟବାଦୀ ପ୍ରଶାସନ ସାରଙ୍ଗଯୋଡି ଓ ଇନ୍ଦିପୁର ହାଟ ବନ୍ଦ କଲା ; ଗବକୁଣ୍ଡ ହାଟ ବନ୍ଦ


 ସାକ୍ଷିୀଗୋପାଳ---    କରୋନା ଯୋଗୁ ସାରା ଦେଶରେ ଲକ ଡାଉନ ଜାରି କରାଯାଇଛି । କରୋନା ଠାରୁ ରକ୍ଷା ପାଇବା ପାଇଁ ହେଲେ ବିଶେଷ କରି ସାମାଜିକ ଦୂରତା, ରକ୍ଷା କରିବା ।  ମାତ୍ର ହାଟ ଗୁଡିକରେ ସାମାଜିକ ଦୂରତା ରକ୍ଷା କରିବା ସମ୍ଭବପର ନ ହେବାରୁ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ରବିବାର ଦିନ ଅନୁଷ୍ଠିତ ସାରଙ୍ଗଯୋଡି, ଇନ୍ଦିପୁର ଏହି ଦୁଇଟି ହାଟକୁ  ସତ୍ୟବାଦୀ ପ୍ରଶାସନ ପକ୍ଷରୁ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ବୋଲି ଜଣାପଡିଛି । ସେହିପରି ସୋମବାର ଦିନ ଗବକୁଣ୍ଡ ହାଟ ବନ୍ଦ କରାଯିବା ପାଇଁ ପ୍ରଶାସନିକ ସ୍ତରରେ  ନିସ୍ପତି ନିଆଯାଇଛି । ଏଣୁ ସମସ୍ତ ଚାଷୀ ଓ ବ୍ୟବସାୟୀ ମାନଙ୍କୁ ନିବେଦନ କରାଯାଇଛି ହାଟକୁ କେହି ଆସିବେ ନାହିଁ ବୋଲି ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଜଣାଇଛନ୍ତି । ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଓ ବିଡିଓ ସରୋଜ କୁମାର ଦତ୍ତ ପ୍ରମୁଖ ଉପସ୍ଥିତରେ ହାଟ ଗୁଡିକ ବନ୍ଦ କରାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive