ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳରେ ବିଶୋଧନ କାର୍ଯ୍ୟକ୍ରମ
ଓଡ଼ଗାଁ---- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟାଳୟ ପରିସର ତଥା କ୍ଵରେଣ୍ଟାଇନ ୱାର୍ଡକୁ ଆଜି ଓଡ଼ଗାଁ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ସହାୟତାରେ ବିଶୋଧନ କରାଯାଇଛି। ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ବିଶୋଧନ କରାଯାଇଥିଲା।ସବୁ ସ୍ଥାନରେ ହାଇଡ୍ରୋକ୍ଲୋରାଇଡ଼ ଏବଂ ଫିନାଇଲ ସିଞ୍ଚନ କରାଯାଇଛି।ସହରର ସମସ୍ତ ସ୍ଥାନକୁ ସଫେଇ କର୍ମଚାରୀମାନଙ୍କ ଦ୍ବାରା ସମ୍ପୂର୍ଣ୍ଣ ରୂପେ ସଫା କରାଯାଇଛି।ପରବର୍ତ୍ତୀ ସମୟରେ ସହରର ସବୁ ସ୍ଥାନକୁ ବିଶୋଧନ କରାଯିବ ବୋଲି ବିଜ୍ଞାପିତ ଅଂଚଳ ପରିଷଦ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।





