ads

Breaking News

ଲକ୍ ଡାଉନ୍ ସମୟରେ ଭୋକିଲା ପଶୁ ପକ୍ଷୀ ମାନଙ୍କୁ ଦେଉଛନ୍ତି ଆହାର


ଓଡ଼ଗାଁ----ଲକଡାଉନ୍ ସମୟରେ ଯୁବ ସମାଜ ମୋବାଇଲ ଓ ଗେମ ଖେଳରେ ପଛରେ ମାତିଥିବା ସମୟରେ କଥା କହି ପାରୁ ନଥିବା ନିରୀହ ଗାଈ, ଷଣ୍ଢ ଓ କୁକୁର ମାନଙ୍କ ପରିଭାଷା କୁ ବୁଝିପାରି ,ଲକ୍ ଡାଉନ ସମୟରେ ସେମାନଙ୍କୁ ଆହାର ଦିଅନ୍ତି ବୋଲି ସୌଭାଗ୍ୟ ରଞ୍ଜନ  ନାୟକ ଯୁବକ ମାନଙ୍କୁ ନିବେଦନ କରିଛନ୍ତି ।
ଲକ୍ ଡାଉନ ସମୟରେ ଦୋକାନ ବଜାର ବନ୍ଦ ରହୁଥିବା ରୁ ନୀରିହ ପଶୁ ଓ ପକ୍ଷୀ ମାନେ ଖାଦ୍ୟ ନପାଇ ଭୋକିଲା ପେଟରେ ରହୁଛନ୍ତି । ବହୁତ କଷ୍ଟ ପାଉଥିବା ସମୟରେ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ନୟାଗଡ଼ କଲେଜ ରୋଡ଼ ବାସିନ୍ଦା ସୌଭାଗ୍ୟ ରଞ୍ଜନ ନାୟକ । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ର ସୌଭାଗ୍ୟ ବାଲ୍ୟ ଅବସ୍ଥାରୁ ଯଦିଓ କୌଣସି ପ୍ରାଣୀ ଟିଏ  ଦୁର୍ଘଟଣାର ସମ୍ମୁଖୀନ ବା  ଅସହାୟ ଅବସ୍ଥାରେ ଥାଏ ତାକୁ ନିଜ   ପାଖରେ ସଂଚିତ ଥିବା ଅର୍ଥ ରୁ ବିସ୍କୁଟ,ରୁଟି, ଚୁଡ଼ା  ଯାହା ମିଳିଲା ତାହା କିଣିକି ଦେଇଥାନ୍ତି । ସେଥିପାଇଁ ମଧ୍ୟ ଘରେ  , ସାଙ୍ଗସାଥୀ ପ୍ରଥମେ ପ୍ରଥମେ ବିରକ୍ତ ହୋଇଥିଲେ  । ଏବେ ସେ ଦିନର କଥା କୁ ମନେପକାଇ ଘରଲୋକ ମାନେ ଉତ୍ସାହିତ କରୁଛନ୍ତି ବୋଲି ସେ କହନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ଅର୍ଥାତ୍ ଏହି ଲକ୍ ଡାଉନ ସମୟରେ,ସୌଭାଗ୍ୟ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି, ଯେ ଆଗକୁ ଆସନ୍ତୁ ଏବଂ ନିଜ ଚତୁଃପାର୍ଶ୍ବରେ ଥିବା ନିରୀହ ପ୍ରାଣୀମାନଙ୍କୁ କିଛି ଖାଦ୍ୟ ଓ ପାଣି ଦିଅନ୍ତୁ ।ସୌଭାଗ୍ୟ ପ୍ରାୟ ୪୦ ରୁ ଅଧିକ ପ୍ରାଣୀଙ୍କୁ ବିଗତ ୩ ଦିନ ଧରି ଖାଇବାକୁ ଦେଇ ଆସୁଛନ୍ତି ଓ ଯୁବ ପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। 
ରାଜୀବ ଲୋଚନ ବରାଡ଼ ଓଡ଼ଗାଁ

ads

Blog Archive