କୋଣାର୍କ ରେ ସତ୍ୟସାଇ ସେବା ସମିତି ପକ୍ଷରୁ ପଶୁପକ୍ଷୀ ଓ ମାନସିକ ବିକୃତ ଙ୍କୁ ଖାଦ୍ୟ ବଣ୍ଟନ
କୋଣାର୍କ--- ମହାମାରୀ କରୋନା ପ୍ରଭାବ ଯୋଗୁଁ ସାରା ରାଜ୍ୟରେ ଲକ ଡାଉନ ହୋଇଥିବା ବେଳେ ଏହାର ପ୍ରଭାବ କୋଣାର୍କ ରେ ପଡିଛି। ଯେଉଁଥି ପାଇଁ କୋଣାର୍କ ବଜାର ର ସମସ୍ତ ହୋଟେଲ ଓ ଦୋକାନ ବଜାର ବନ୍ଦ ରହିଛି। ଯାହା ଫଳରେ କୋଣାର୍କ ରେ ବଜାର ମଧ୍ୟରେ ବୁଲୁଥିବା କିଛି ବୁଲା ପଶୁ,ଗାଈ, ଷଣ୍ଢ, କୁକୁର ଏବଂ କିଛି ମାନସିକ ବିକୃତ ମାନେ ଖାଦ୍ୟ ନପାଇ ବୁଲୁଛନ୍ତି। ଏହାକୁ ଅନୁଭବ କରି ବୁଲା ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ଦେବା ନିମନ୍ତେ କୋଣାର୍କ ର ସତ୍ୟ ସାଇ ସେବା ସମିତି ପକ୍ଷରୁ ସମାଜ ସେବୀ ରାମକୃଷ୍ଣ ମହାନ୍ତି ଙ୍କ ନେତୃତ୍ୱରେ ଲକ ଡାଉନ ପର ଠାରୁ ବଜାର ମଧ୍ୟରେ ପଶୁପକ୍ଷୀ ଙ୍କ ସହ ମାନସିକ ବିକୃତ ମାନଙ୍କୁ ସତ୍ୟ ସାଇ ସମିତି ର କର୍ମକର୍ତ୍ତାମାନେ କୋଣାର୍କ ର ବିଭିନ୍ନ ଅଞ୍ଚଳ ଓ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିବା କିଛି ମାନସିକ ବିକୃତ ଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଆଗକୁ ଲକ ଡାଉନ ନଉଠିଲା ପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ସମାଜ ସେବୀ ରାମକୃଷ୍ଣ ମହାନ୍ତି।




