ଚାନ୍ଦପୁରରେ କୋଭିଡ ହସ୍ପିଟାଲ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ
ନୟାଗଡ଼ ---- ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦପୁରରେ ଏକ କୋଭିଡ ହସ୍ପିଟାଲର ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି ।ଏହାର ପ୍ରସ୍ତୁତି ଚାନ୍ଦପୁରର ରାଣୀ ବସନ୍ତ ମଞ୍ଜରୀ ଦେବୀ ହସ୍ପିଟାଲ ପରିସର ମଧ୍ୟରେ କରାଯାଇଛି। ଏହି କୋଭିଡ ହସ୍ପିଟାଲରେ କରୋନା ରୋଗୀଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ବିଭିନ୍ନ ସ୍ଥାନରେ କ୍ଵରେଣ୍ଟାଇନ ୱାର୍ଡ ସୁବିଧା ଥିବାବେଳେ ଏହା ହେଉଛି ଜିଲ୍ଲାର ପ୍ରଥମ କୋଭିଡ ହସ୍ପିଟାଲ । ଯେଉଁଠି ଆଧୁନିକ ଯନ୍ତ୍ରପାତି ମଧ୍ୟ ଲଗାଯାଇଛି।ଏହା ୨୫୦ଟି ଶଯ୍ୟା ବିଶିଷ୍ଟ ଏବଂ ଏହାକୁ ଖୁବଶୀଘ୍ର ଉଦ୍ଘାଘାଟନ କରାଯିବ ବୋଲି ରଣପୁର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି।




