ପୁରୀ ଜିଲ୍ଲାରେ ମୋଟ ୪୭ଟି କରୋନା ସନ୍ଧିଗ୍ଧ ମଧ୍ୟରୁ ୩୮ଟି ନେଗେଟିଭ
ପୁରୀ----- ଲକ୍ ଡାଉନ ୧୦ମ ଦିନରେ ପହଞ୍ଚିଛି। ତେବେ ପୁରୀ ଜିଲା ବାସୀ ଏହାକୁ ସଠିକ ଭାବେ ପାଳନ କରଥିବା ହେତୁ ପୁରୀ ଜିଲାପାଳ ବଲବନ୍ତ ସିଂ ପୁରୀ ଜିଲା ବାସୀ ଙ୍କୁ ଧନ୍ୟବାଦ ଦେଇ ଛନ୍ତି। ଏହି ସମୟ ରେ ଅନେକ ଅସୁବିଧା ର ସମ୍ମୁଖିନ ଲୋକ ମାନେ ହେଉଛନ୍ତି। ତେବେ ଧର୍ଯ୍ୟ ର ସହିତ ଏହି ଲକ ଡାଉନ ପାଳନ କୁ ଜାରି ରଖି ବାକୁ ପୁରୀ ଜିଲାପାଳ ପୁରୀ ବାସୀ ଙ୍କୁ ନିବେଦନ କରିଛନ୍ତି। ସେହିପରି ଜିଲାପାଳ ଙ୍କ ଗୁରୁତ୍ୱ ପୂର୍ଣ୍ଣ ସୂଚନା ଅନୁଯାୟୀ ପୁରୀ ଜିଲ୍ଲାରେ ମୋଟ ୪୭ ଟି କରୋନା ସନ୍ଧିଗ୍ଧ ନେଇ ସାମ୍ପୁଲ ଟେଷ୍ଟ ପାଇଁ ଭୁବନେଶ୍ବର କୁ ପଠାଯାଇଥିଲା। ସେଥି ମଧ୍ୟରୁ ୩୮ଟି ସାମ୍ପୁଲ ନେଗେଟିଭ ରିପୋର୍ଟ ଆସିଛି। ତେବେ ସାମାନ୍ୟ ଜର କି ଥଣ୍ଡା ହେଲେ ଅବହେଳା ନ କରି ତୁରନ୍ତ ଡ଼କ୍ଟର ଙ୍କୁ ଦେଖା ଇବା ପାଇଁ ଜିଲାପାଳ ବଲବନ୍ତ ସିଂ ପରାମର୍ଶ ଦେଇଛନ୍ତି। ସେହିପରି ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ କୁ ପ୍ରଥମେ ନ ଆସି ନିକଟସ୍ଥ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ତ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଜିଲାପାଳ କହିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ କୋରୋନା ପେସେଣ୍ଟ ପାଇଁ ସ୍ୱତନ୍ତ୍ର ୱାର୍ଡ ରହିଛି ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି ।
ପୁରୀ ରୁ ଜୟନ୍ତ କୁମାର ସେଠୀ



