କରୋନା ସମୟରେ ମଦ ବିକ୍ରୟକୁ ବିରୋଧ କରିବାରୁ ସରପଞ୍ଚ ପୁଅକୁ ଆକ୍ରମଣ
ଡେଲାଙ୍ଗ ----- ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ସାଉରିଆ ଗ୍ରାମରେ ଏବେ ଚୋରା ମଦର ପେଣ୍ଠସ୍ଥଳୀ ପାଲଟିଛି । ଡେଲାଙ୍ଗ ଥାନା ଅଧିକାରୀ ବାରମ୍ବାର ଉକ୍ତ ଅଞ୍ଚଳରେ ଚଡାଉ କରି ଦେଶୀ ବିଦେଶୀ ମଦ ଜବତ କରିଥିବା ନଜର ରହିଛି । ଏବେ ସାରା ଦେଶ କରୋନାକୁ ନେଇ ଚିନ୍ତିତ । କରୋନା ଯୋଗୁ ସାରା ରାଜ୍ୟରେ ଲକ ଡାଉନ ଜାରି ରହିଛି । ସାଉରିଆ ବା ଘୋରଡିଆ ବଜାରରେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଦେଶୀ ଓ ବିଦେଶୀ ମଦର ହାଟ ଲକ ଡାଉନ ସମୟରେ ବସୁଛି । ଏହାକୁ ସ୍ଥାନୀୟ ସରପଞ୍ଚଙ୍କ ପୁଅ ବିରୋଧ କରିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି । ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିବା ବେଳେ ଅପର ଗୋଷ୍ଠୀ ଥାନାରେ ପାଲଟା ଅଭିଯୋଗ କରିଥିବା ଜଣାପଡିଛି । ଖବର ଲେଖା ହେବା ବେଳକୁ ଡେଲାଙ୍ଗ ପୋଲିସ କେସରୁଜ ହୋଇନଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


