ads

Breaking News

କୁରାଳରୁ ସହାୟତାର ହାତ,ଦାନ ନୁହେଁ ଋଣ ପରିଶୋଧ କଲି



କୁରାଳ---- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମରୁ ବିଶ୍ୱବାସୀଙ୍କ ପାଇଁ ସମବେଦନା ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି।କରୋନା ଯୋଗୁଁ ଆଜି ସାରା ବିଶ୍ୱ କବଳିତ।ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତେ ସହାୟତାର ଅପେକ୍ଷାରେ।କରୋନାକୁ ପ୍ରତିହତ କରିବାକୁ ସମସ୍ତେ ତତ୍ପର।ଏହି ପରିପ୍ରେକ୍ଷିରେ କୁରାଳର ସୁକାନ୍ତ ଚନ୍ଦ୍ର ଚୌଧୁରୀ  ନିଜର ପ୍ରଥମ ପ୍ରୋଭିଜିନାଲ ପେନସନ ୩୬୦୦୦ ଟଙ୍କାକୁ ଓଡ଼ଗାଁ ତହସିଲଦାର ବିଜୟୀତା ସାମନ୍ତସିଂହାର ଙ୍କ ତତ୍ତ୍ୱାବଧାନରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ କରୋନା ମୁକାବିଲା ପାଇଁ ଦାନ କରିଛନ୍ତି। ସେ ପ୍ରଧାନଶିକ୍ଷକ ରୂପେ କାର୍ଯ୍ୟ କରି ଅବସର ନେବା ପରେ ଏହା ହିଁ ଥିଲା ତାଙ୍କର ପ୍ରଥମ ପାରିଶ୍ରମିକ।ଏହା ଦାନ ନୁହେଁ ବରଂ ଦେଶ ପାଇଁ ଋଣ ପରିଶୋଧ ବୋଲି କହିଛନ୍ତି।ଅର୍ଥନୈତିକ ସ୍ତରରେ ଆମ ଦେଶ ସୁଦୃଢ଼ ହେଉ ଏବଂ କରୋନାର ମୁକାବିଲା ସୁଚାରୁରୂପେ ହେଉ ବୋଲି ସେ ମନ୍ତବ୍ୟ ଦେଇଛନ୍ତି।ଆମେ ସମସ୍ତେ ଏକ ହୋଇ ସଂକଳ୍ପ ନେବା ଏବଂ କରୋନାର ମୁକାବିଲା କରିବା। ଏଥିପାଇଁ ଜନସାଧାରଣଙ୍କ ତରଫରୁ ପ୍ରଶଂସାର ସୁଅ ଛୁଟିଛି।
କୁରାଳରୁ ଅର୍ଜ୍ଜୁନ ସାହୁଙ୍କ ରିପୋର୍ଟ

ads

Blog Archive

Popular Posts