ads

Breaking News

କାହାର ସର୍ବନାଶ ତ ଆଉ କାହାର ପୌଷ ମାସ

  ବରଗଡ଼--- ଚାରିଆଡେ କରୋନା ଭୟରେ ଲକଡାଉନ ବ୍ୟବସ୍ଥା ୭ଦିନରେ ପହଞ୍ଚି ଥିଲାବେଳେ ଢିଲା ପ୍ରଶାସନ ଅବହେଳା ତଥା ରାଜସ୍ୱ ବିଭାଗର ସଲସୁତୁରାରେ ବାଲି ଚାଲାଣ ହେଉଥିବାର ଲୋକେ କହନ୍ତି। ଏବେ ଚାରିଆଡେ କରୋନା ଆତଙ୍କରେ ଲୋକଙ୍କ ଭୋକ ଶୋଷ ସହ ନିଦ ହଜିଯାଇଥିବାବେଳେ ଏଇ ସମୟରେ କିଏ ଏମାନଙ୍କୁ ଅର୍ଡର ଦେଲାବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରେ।ଯାହା ଅଞ୍ଚଳରେ ବିଗତ ଦିନରେ ମଧ୍ୟ ମାଟି ବାଲି ଗେଟି ଚୋରା ଚାଲାଣ ହେଉଥିବାର ନଜିର ରହିଛି।କେବଳ ଲୋକ ଦେଖାଣିଆ ଭାବରେ କାଁ ଭାଁ ଚଢ଼ାଉ କରି ବଡ଼ ବଡ଼ ମାଫିଆ ମାନଙ୍କୁ ଛାଡ଼ିଦେଇ ଛୋଟ ମୋଟ ମାଛକୁ ଧରି ଧମକ ଚମକରେ ଅର୍ଥଦଣ୍ଡ ଦିଆଯାଇଥିବାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇପଡିଛି।ଏନେଇ ଆମେ ଅତାବିରା ତହସିଲଦାର ହୃଦାନନ୍ଦ ଅଡ୍ଡାଙ୍କୁ 8895934709 ଓ 8144338833 ନମ୍ବରରେ ବାରମ୍ବାର ଯୋଗାଯୋଗ କରିଥିଲେ ହେଁ ସେ ଫୋନ ଉଠାଇଥିଲେ । ଏଥିପ୍ରତି ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts