ads

Breaking News

ଯୁଆ ଆଡ୍ଡା ଉପରେ ଚଡାଉ- ୬ ଗିରଫ


 କନ୍ଧମାଳ--- ରାଜ୍ୟରେ କରୋନା ଯୋଗୁ ସବୁଆଡେ ଲକ ଡାଉନ କରାଯାଇଛି । କେତକ ବ୍ୟକ୍ତି ଏହି ଲକ ଡାଉନକୁ ନ ମାନି ଭୋଜି ଭାତ,କୌଣସି କାମ ନ ଥାଇ ବଜାରରେ ବୁଲିବା, ତାସ , ଯୁଆ ଖେଳୁଥିବା ଜଣାପଡିଛି । ଏହିପରି ଏକ ଘଟଣା ଘଟଇଛି ବାଲିଗୁଡା ଥାନା ଅନ୍ତର୍ଗତ ମହାସିିଙ୍ଗି ଗ୍ରାମରେ । କୌଣସି ସୁତ୍ରରୁ ଖବର ପାଇ ବାଲଇଗୁଡା ପୋଲିସ ଚଡାଉ କରି  ୬ ଜଣ ଯୁବକଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ୪୧୭୦ ଟଙ୍କା ୪ଟି ମୋବାଇଲି, ୪ଟି ମଟର ସାଇକେଲ ଓ ଗୋଟିଏ ସାଇକେଲ ଜବତ କରିଛନ୍ତି ।  ବାଲିଗୁଡା ଥାନା କେସନଂ ୬୯/୨୦୨୦ ରୁଜ କରାଯାଇ ସେମାନଙ୍କୁ କୋର୍ଟକୁ ପଠାଯାଇଥିବା ଆଇଆଇସି ପ୍ରଶାନ୍ତ କୁମାର ବେହେରାଙ୍କ ଠାରୁ ପ୍ରକାଶ ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା 

ads

Blog Archive