ଲକଡାଉନ ପାଇଁ ସଚେତନ ହେଉନାହାନ୍ତି ସାଧାରଣ ଜନତା
ନୟାଗଡ଼ ----- ନୟାଗଡ଼ ଜିଲ୍ଲାରେ ଲକଡାଉନକୁ ସଫଳ କରିବା ପାଇଁ ପୋଲିସ,ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧିମାନେ ସର୍ବଦା ତତ୍ପର। ଆଜି ପ୍ରଶାସନ ତରଫରୁ ନୟାଗଡ଼ ସହରକୁ ବିଶୋଧନ କରାଯାଇଛି।ନୟାଗଡରେ ବ୍ଲକିଙ୍ଗ ଏବଂ ଚେକିଂକୁ କଡ଼ାକଡ଼ି କରାଯାଇଛି। କିଛି ବ୍ୟକ୍ତି ସ୍ବେଚ୍ଛାସେବୀ ବୋଲି ନିଜକୁ ପରିଚୟ ଦେଇ ବୁଲୁଥିବା ନଜରକୁ ଆସିଛି। କିଛି ଯାନବାହନକୁ ମଧ୍ୟ ଅଟକାଇ ମାମଲା ରୁଜ୍ଜୁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।ଓଡ଼ଗାଁରେ ମଧ୍ୟ ଅନୁରୂପ ଅବସ୍ଥା। ଅସ୍ଥାୟୀ ପରିବା ହାଟରେ ଲୋକମାନେ ସାମାଜିକ ଦୂରତା ଅବଲମ୍ବନ କରୁନାହାନ୍ତି। ଓଡ଼ଗାଁର ବିଭିନ୍ନ ସ୍ଥାନରେ ଆଜି ପୋଲିସ ପକ୍ଷରୁ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।କିଛି ଯାନବାହନକୁ ମଧ୍ୟ ଅଟକ ରଖାଯାଇଛି।ନୟାଗଡ଼ ଜିଲ୍ଲାରେ ବହୁସଂଖ୍ୟକ ପାସ ଦିଆଯାଇଥିବା ଯୋଗୁଁ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ



