ads

Breaking News

ଲକଡାଉନ ରେ ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଦେବା ସହ ସଚେତନ କଲେ ଯୁବପିଢି

 
ବରଗଡ଼--- କରୋନା ମହାମାରୀ ଲକଡାଉନ ଯୋଗୁଁ ଅସହାୟ,ନିରାଶ୍ରିତ ଓ ଭୋକିଲା ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଦେବା ସହ ସଚେତନ କଲେ ଯୁବପିଢି ।
ସାରା ରାଜ୍ୟରେ କରୋନା ମହାମାରୀ ତାର ଭୟଙ୍କର ରୂପ ଧାରଣ କରି ଲୋକଙ୍କୁ ନିରାଶ୍ରିତ କରିଦେଇଛି। ମହାମାରୀ ରୁ ବର୍ତ୍ତିବା ପାଇଁ ଏକ ମାତ୍ର ଉପାୟ ସଚେତନତା,ସତର୍କତା ଓ ସାମାଜିକ ଦୂରତା।
ସେହିଭଳି କରୋନା ମହାମାରୀକୁ ଆୟତ୍ତଧିନ କରିବା ପାଇଁ ସରକାର ଚାରିଆଡେ ଲକଡାଉନର ବ୍ୟବସ୍ଥା କରି ଦିନ ମଜୁରିଆ ଖଟିଖିଆଙ୍କ ପ୍ରଭାବ ବଢ଼ିବାରେ ଲାଗିଛି।ଏଥିରେ ସରକାର ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଲୋକଙ୍କ ପାଇଁ ରନ୍ଧା ସହ ଶୁଖିଲା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଛନ୍ତି। ସେହିପରି ଅନେକ ସ୍ବେଛାସେବୀ ତଥା ଯୁବଗୋଷ୍ଠି ଅଞ୍ଚଳରେ ଯେମିତି ଭୋକିଲା ନ ରହିବେ ସେଥିପ୍ରତି ଧ୍ୟାନ ଦେଇ ଲୋକଙ୍କୁ ରାସ୍ତାରେ ତଥା ପଡା ମାନଙ୍କୁ ଯାଇ ଅସହାୟ,ଦିନ ମଜୁରିଆ,ଭିକ୍ଷା ବୃତ୍ତି କରୁଥିବା ଲୋକଙ୍କୁ ରନ୍ଧା,ଶୁଖିଲା ଖାଦ୍ୟ ଦେବା ସହ ଅନେକ ସାନିଟାରୀ ଜିନିଷ ପ୍ରଦାନ କରି ଲୋକଙ୍କୁ ସଚେତନ କରିବା ପାଇଁ ଅଣ୍ଟା ଭିଡିଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive