ପୁରୀ ଜିଲାର ବିଭିନ୍ନ ହସ୍ପିଟାଲ ସାନିଟାଇଜ କରାଗଲା
ପୁରୀ----- କରୋନା ଭୁତାଣୁ ସଂକ୍ରମଣ ବନ୍ଦ ନେଇ ରାଜ୍ୟ ରେ ବିଭିନ୍ନ ଜିଲାରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ପ୍ରଥମେ କରୋନା ୱାର୍ଡ ଥିବା ହସ୍ପିଟାଲକୁ ସ୍ୱତନ୍ତ୍ର କେମିକାଲ ପକାଯାଇ ସାନିଟାଇଜ କରାଯାଉଛି। ଅଗ୍ନିଶମ ବହିନୀ ର କର୍ମଚାରୀ ସ୍ୱତନ୍ତ୍ର ପୋଷାକ ପିନ୍ଧି ଏହି କାର୍ଯ୍ୟ ଚଳାଇ ଛନ୍ତି। ଏହି କ୍ରମରେ ପୁରୀ ରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି। ଅଗ୍ନିଶମ ବହିନୀ ପକ୍ଷରୁ ପୁରୀ ର କଲେରା ହସ୍ପିଟାଲରେ କେମିକାଲ ସିଞ୍ଚନ କରାଯାଇ ସାନିଟାଇଜ କରାଯାଇଛି। ପରେ ରେଡ଼ କ୍ରସ ରୋଡ଼ କୁ ମଧ୍ୟ ସାନିଟାଇଜ କରାଯାଇଛି। ସରକାର ଙ୍କ ନିର୍ଦେଶ ମୁତାବକ ପ୍ରଥମେ ପୁରୀ ଜିଲା ର ବିଭିନ୍ନ ହସ୍ପିଟାଲ ରେ ଏହି କାର୍ଯ୍ୟ କରାଯାଉଛି। ଅଗାମୀ ଦିନରେ ମଧ୍ୟ ସରକାର ଙ୍କ ନିର୍ଦେଶ ଆସିଲେ ଅନ୍ୟ ସରକାରୀ କାର୍ଯ୍ୟଳୟ , ଅନୁଷ୍ଠାନ କୁ ମଧ୍ୟ କେମିକାଲ ସିଞ୍ଚନ କରାଯାଇ ସାନିଟାଇଜ କରାଯିବ ବୋଲୀ ପୁରୀ ର ଅଗ୍ନିଶମ ବିଭାଗ କର୍ମଚାରୀ କହିଛନ୍ତି।




