ads

Breaking News

କୋଣାର୍କରେ ଲକଡାଉନକୁ ମାନୁନାହାନ୍ତି ଲୋକେ




କୋଣାର୍କ--- ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳୀ କୋଣାର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ନିର୍ଦ୍ଧେଶନାମା ଅନୁଯାୟୀ ୨୧ ଦିନିଆ ଲକଡାଉନକୁ ଜନସାଧାରଣ ମାନୁ ନଥିବା ବେଳେ ସାମାଜିକ ଦୂରତାକୁ ଫୁ କରି ଦେଉଛନ୍ତି । ସ୍ଥାନିୟ ପ୍ରଶାସନ ଓ ପୋଲିସର ଅପରାଗତ ଯୋଗୁ  ଅମାନୀୟା ଲୋକମାନେ ମାନୁନାହାନ୍ତି ।  ଲକଡାଉନ ସମୟରେ ସରକାରୀ ନିର୍ଦ୍ଧେଶ ନାମାନୁଯାୟୀ କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ଘରୁୁ ନବାହାରି ବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ଯୋଡି ନିବେଦନ କରିଥିଲେ । କୋଣାର୍କରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ସାମାଜିକ ଦୂରତା ରକ୍ଷା ନକରିବା ସହ କୌଣସି ଜରୁରୀ କାର୍ଯ୍ୟ ନଥାଇ କୋଣାର୍କ ବଜାର ଭିନ୍ନ ଛକରେ ଲକଡାଉନ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରୁଥିବା ଦେଖିବାକୁ ମିଳିଛି । ଲକଡାଉନ ନିର୍ଦ୍ଧୋନାମାକୁ କଡାକଡି ଭାବେ ପାଳନ କରିବା ପାଇଁ ଜିଲାପାଳଙ୍କ ନିର୍ଦ୍ଧେଶ ରହିଛି । ତହସିଲଦାର, କୋଣାର୍କ ପୋଲିସ  ପକ୍ଷରୁ  ଲକ ଡାଉନକୁ କଡାକଡି କରା ଯାଇଥିଲେ ମଧ୍ୟ କୋଣାର୍କରେ ଫୁ ଭଳି ମନେ କରି ବିଭିନ୍ନ ସ୍ଥାନ ମାନଙ୍କରେ ଆଡା ଜମାଉଛନ୍ତି ।  କରୋନା ମହାମାରୀ ଧୀରେ ଧୀରେ ଭାରତ ଭଳି ଜନବହୁଳ ଦେଶରେ ଅଗ୍ରସର ହେଉଥିବା ବେଳେ ପ୍ରଶାସନର କୋହଳ ମନବୃତି ଯୋଗୁ ଲୋକେ ଲଗାମ ଛଡା ହୋଇ ଲକଡାଉନ ନିତିକୁ ବେଖାତିର କରିି ଏକ ବିପଦ ଜନକ ପରିସ୍ଥିତି ଆଡକୁ ଟାଣିହୋଇଯାଉଥିବା ପ୍ରିତିୟମାନ ହେଉଛି ।  ପ୍ରଶାସନର କୋହଳ ମନବୃତି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଠି ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।  ଲକଡାଉନ ନିୟମକୁ ଉଲ୍ଲଙ୍ଘନ କରୁ୍‌ଥିବା ଲୋକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ପୁରୀ ଜିଲ୍ଲାପାଳ ଓ ପୁରୀ ଏସପି ଦୃଷ୍ଠି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲିକ 

ads

Blog Archive