ଭୋଜିବେଳେ ପୋଲିସର ଚଢାଉ: ୩ ବାଇକ ଜବତ
ଆସିକା - ଆସିକା ଥାନା ମଙ୍ଗଳପୁର ଗ୍ରାମ ଉପକଣ୍ଠ ତୋଟାରେ ଶୁକ୍ରବାର ମଧ୍ୟାହ୍ନରେ କିଛି ଯୁବକ ମାନେ ଲକ୍ ଡାଉନ୍ ସମୟରେ ଭୋଜି ଭାତର ଆସର କରିଥିଲେ । ଭୋଜି ଚାଲିଥିବା ବେଳେ କୈାଣସି ସୁତ୍ରରୁ ଖବର ପାଇ ସ୍ଥାନୀୟ ପୋଲିସ ଚଢାଉ କରିଥିଲା। ପୋଲିସ କୁ ଦେଖି ଯୁବକ ମାନେ ସବୁ ଛାଡ଼ିଦେଇ ପଳାଇ ଯାଇଥିଲେ । ପୋଲିସ ସେଠାରୁ ମାଂସ ତରକାରୀ ସହ ବିଭିନ୍ନ ରୋଷେଇ ସାମଗ୍ରୀ ଓ ୩ ବାଇକ ଜବତ କରିଛି । ଭୋଜି ସ୍ଥଳରୁ ଜବତ ଖାଦ୍ୟପଦାର୍ଥକୁ ପୋଲିସ ନିରାଶ୍ରୟଙ୍କ ମଧ୍ୟରେ ବାଣ୍ଟି ଦେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
ଧୀରେନ୍ଦ୍ର ସେନାପତି


