ଅହମ୍ମଦପୁର ଗ୍ରାମର ୩୩ ଜଣଙ୍କର ସ୍ଳାବ ଗଲା ଟେଷ୍ଟ ପାଇଁ
ସାକ୍ଷୀଗୋପାଳ----- କରୋନା ରୋଗୀ ଭାବେ ପୁରୀ ଜିଲ୍ଲାରେ ପ୍ରଥମ କରି ପିପିଲି ଦାନଗୋହୀର ଗ୍ରାମର ବୋଲି ଜଣାପଡିଛି । ସେ ନିଜାମୁଦିନ ସ୍ଥିତ ତବଲିଗ ଜମାତ ଠାରେ ଧର୍ମଚର୍ଚ୍ଚାରେ ଯୋଗ ଦେଇଥିଲେ । ମାତ୍ର ସେ ସତ୍ୟବାଦୀ ବ୍ଳକ ଅହମ୍ମଦ ପୁର ଗ୍ରାମରେ ରହିବା ସହ ପ୍ରାୟତ ୩୩ ଜଣଙ୍କ ସହିତ ମିଳାମିଶା କରିଥିବା ଅନୁମାନ କରାଯାଇଛି । ଆଜି ଅହମ୍ମଦପୁର ଗ୍ରାମର ୩୩ ଜଣଙ୍କର ସ୍ଳାବ ଟେଷ୍କ କରିବାକୁ ପଠାଯାଇଛି । ସାକ୍ଷୀଗୋପାଳ ମେଡିକାଲ ଇନିଚାର୍ଯ୍ୟ ବିଶ୍ୱଜିତି ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏହା କରାଯାଇଥିବା ଜଣାପଡିଛି । କରୋନାକୁ ନେଇ ସାରାଭାରତ ବର୍ଷ ଚିନ୍ତିତ । ଏହି ରୋଗକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଲକ ଡାଉନ ଡାକରା ଦେଇଛନ୍ତି । ଏହାକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ଦେକାନ ବଜାର ବନ୍ଦ କରାଯିବା ସହ ବିଭିନ୍ନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତ୍ତମାନ ଅହମ୍ମଦପୁର ଗ୍ରାମରେ ୩୩ ଜଣଙ୍କ ସ୍ଳାବ ଟେଷ୍ଟ ହେବା ଘଟଣା ଜଣାପଡିବା ପରେ ସାକ୍ଷୀଗୋପାଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷେ ଏହି ୩୩ ଜଣଙ୍କୁ ସଙ୍ଗଗୃହରେ ରହିବା ପାଇଁ କୁହାଯାଇଛି । ଏମାନେ କାହା ସଙ୍ଗରେ ନ ମିଶିବା ବା ଏକାଠି ନ ହେବା ପାଇଁ କୁହାଯାଇଛି । ସତ୍ୟବାଦୀ ପୋଲିସ ପକ୍ଷରୁୂ ୩୩ ଜଣଙ୍କ ଉପରେ କଡା ନଜର ରଖାଯାଇଛି ବୋଲି ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର କହିଛନ୍ତି । ଅନ୍ୟ ପକ୍ଷେ ଟେଷ୍ଟ ରିର୍ପୋଟ ନ ଆସିବା ପର୍ଯ୍ୟନ୍ତ କେହି ଭୟଭୀତ ବା କାନ କୁହା , ମିଛ କଥାକୁ କେହି ବିଶ୍ୱାସ ନ କରିବା ପାଇଁ ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତଜନସାଧାରଣଙ୍କୁ ନିବେଦନ କରିଛନ୍ତି । ସେହିପରି ଯେଉଁ ମାନଙ୍କର କିଛି କାମ ନାହିଁ ସେମାନେ ଘରୁ ନ ବାହାରିବା ପାଇଁ , ପରିବା ବା ଗ୍ରୋସରୀ ଦେକାନରେ ଭିଡ ନ କରିବା ପାଇଁ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



