ଲକ୍ ଡାଉନ୍ ଅର୍ଥ ବୁଝିଲେ ଗ୍ରାମବାସୀ
ଫୁଲବାଣୀ ---- ଦେଶରେ କରୋନାକୁ ନେଇ ଲକ୍ ଡାଉନ୍ ଜାରି କରାଯାଇଛି । ଏହି ଲକ୍ ଡାଉନକୁ ଅଧିକାଂଶ ଲୋକ ମାନି ନଥିଲେ । ଯାହା ଫଳରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଦେଖି ଗ୍ରାମର ଯୁବକ ମାନେ ନିଜ ଗ୍ରାମକୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡିଛନ୍ତି । କରୋନା ମହା ମାରି ଠୁ ନିଜ ଗାଁ କୁ ବଞ୍ଚେଇ ରଖିବା କୁ ନେଇ ଖଜୁରୀ ପଡା ବ୍ଲୋକ ଟିଟ୍ରା ପଙ୍ଗା ପଞ୍ଚାୟତ ର ଭୁକ୍ତା କୋନାଲି ଗ୍ରାମ ର ଯୁବକ ମାନେ ଅଣ୍ଟା ଭିଡିଛନ୍ତି । ଗାଁ ମୁଣ୍ଡରେ ନିଜ ଗାଁ କୁ କରୋନା କବଳ ରୁ ବଞ୍ଚାଇବା ପାଇଁ ଲକ୍ଷ୍ମଣ ରେଖା ଟାଣିଛନ୍ତି । ନିଜ ଗ୍ରାମ କୁ ସୁସ୍ଥ ରଖିବା ପାଇଁ ଗାଁ ରୁ କେହି ବାହାରୁ ନାହାନ୍ତି କି ଗାଁ କୁ କାହାକୁ ପ୍ରବେଶ ମଧ୍ୟ କରାଉ ନାହାନ୍ତି ବୋଲି ଜଣାପଡିଛି ।




