ads

Breaking News

ରାଶନ କାର୍ଡ ହିତାଧିକାରୀଙ୍କୁ ମିଳିଲା ୧ହଜାର ଟଙ୍କା

ସାକ୍ଷୀଗୋପାଳ----  ରାଜ୍ୟରେ କରୋନା ଯୋଗୁ ସମସ୍ତେ ଲକ ଡାଉନରେ ରହିଛନ୍ତି । କାମ ଧନ୍ଦା , ବ୍ୟବସାୟ ସବୁ ଠପ ହୋଇଯାଇଛି । ଏହାକୁ ନଜର କରି ରାଜ୍ୟ ସରକାର ୩ ମାସର ଅଗ୍ରୀମ ଭତ୍ତା, ରାଶନ ସାମଗ୍ରୀ ପ୍ରଦାନ କରିଥିଲେ । ଏବେ ରାଶନ କାର୍ଡ ଥିବା ହିତାଧିକାରୀ ମାନଙ୍କୁ ୧ ହଜାର ଟଙ୍କା ସତ୍ୟବାଦୀ ବ୍ଳକ ପକ୍ଷରୁ ୨୪ ଗୋଟି ପଞ୍ଚାୟତରେ ବଣ୍ଟନ ଆରମ୍ଭ ହୋଇଛି । ବ୍ଳକର ପ୍ରାୟ ୨୬ ହଜାର ୦୭୭ ଜଣ ଏହି ଯୋଜନାରେ ସାମିଲ ହେବେ ବୋଲି ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive