ads

Breaking News

ଶିରିଡି ସାଇ ମନ୍ଦିରରେ ଜିଲ୍ଲ୍‌ା ସାମ୍ବାଦିକ ୟୁନିୟନ୍ ପକ୍ଷରୁ ସ୍ୱଛଭାରତ କାର୍ଯ୍ୟକ୍ରମ

ଜଗତ୍‌ସିଂହପୁର--- ରଘୁନାଥପୁର ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ଶିରିଡି ସାଇ ମନ୍ଦିର ପରିସରରେ ଜଗତସିଂହପୁର ଜିଲ୍ଲ୍‌ା ସାମ୍ବାଦିକ ୟୁନିୟନ୍‌, ଜୟପ୍ରକାଶ ଶିକ୍ଷାନିକେତନ ଓ ସାଇସେବା ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷାବିତ୍ ପ୍ୟାରିମୋହନ ପଟ୍ଟନାୟକ ଯୋଗଦେଇ ପରିବେଶ ସ୍ୱଚ୍ଛ ରଖିବା ପତ୍ୟେକ ନାଗରିକଙ୍କର ପ୍ରଥମ କର୍ତବ୍ୟ ବୋଲି କହିଥିଲେ । ଏଥିରେ ଏସଏଏନ୍ କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ ଯୋଗଦେଇ ସ୍ୱଚ୍ଛତା ହିଁ ମଣିଷକୁ ନିରୋଗୀ କରି ତୋଳିଥାଏ ବୋଲି କହିଥିଲେ । ଏଥିରେ ଜଗତସିଂହପୁର ଜିଲ୍ଲ୍‌ା ସାମ୍ବାଦିକ ୟୁନିୟନ୍‌ର ସଭାପତି ଶୁଭଙ୍କର ଜେନା, ସମ୍ପାଦକ ଜ୍ୟୋତିରଞ୍ଜନ ପରିଡା, କୋଷାଧ୍ୟକ୍ଷ ମାନସ ରଞ୍ଜନ ସ୍ୱାଇଁ, ସହ ସମ୍ପାଦକ ଗୌରାଙ୍ଗ ଚରଣ ସ୍ୱାଇଁ, ସାମ୍ବାଦିକ ପ୍ରଭାତ ରଞ୍ଜନ ମହାନ୍ତି, ସ୍ମୃତିରଞ୍ଜନ ମହାନ୍ତି, ଶ୍ରୀକାନ୍ତ ଦାଶ, ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ , ସାମ୍ବାଦିକ କଲ୍ୟାଣ ସେନ, ସାମ୍ବାଦିକ ରାଜେନ୍ଦ୍ର ନାରାୟଣ ସିଂହ, ସାମ୍ବାଦିକ ସୁର୍ଯ୍ୟନାରାୟନ ଦାଶ,  ଶିରିଡି ସାଇ ମନ୍ଦିର ସମ୍ପାଦକ ଇଂ ବାବାଜି ଜେନା, କୋଷାଧ୍ୟକ୍ଷ ପାର୍ଥଶଖା ପାଲଟାସିଂ, ସମାଜସେବୀ ଦିଲିପ କୁମାର ରଥ,ଜୟପ୍ରକାଶ ଶିକ୍ଷାନିକେତନର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପରିଡା, ଶିକ୍ଷକ ପବିତ୍ର କୁମାର ସ୍ୱାଇଁ, ଶିକ୍ଷକ ଧରଣିଧର ଜେନା, ସୁବସ ଚନ୍ଦ୍ର ନାୟକ, ସୁଧିର କୁମାର ସାହାଣି, ବିଷ୍ଣୁ ଚରଣ କର, ସୁଧିର କୁମାର ନାୟକ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ନିରୋଦ କୁମାର ଜେନା, ସାରଦା ପ୍ରସାଦ ନାୟକ, ବିଷ୍ଣୁ ଚରଣ ଦାସ, ଶିକ୍ଷୟତ୍ରୀ କମଳା ଦାଶ,ଶିକ୍ଷୟତ୍ରୀ ଯଶୋବନ୍ତି ରାଉତ ଏବଂ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଶିରିଡି ସାଇ ମନ୍ଦିର ପରିସର ଓ ଚତୁପାଶ୍ୱର୍ ସଫେଇ କରିଥିଲେ ।
ଜଗତସିହପୁରରୁ ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts