ads

Breaking News

ପୋଲିସକୁ ଚକମା ଦେଖାଇ ଅଭିଯୁକ୍ତ ଫେରାର

ସାକ୍ଷୀଗୋପାଳ---- ସତ୍ୟବାଦୀ ପୋଲିସ ଜଣେ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଯୁବକଙ୍କୁ ଗିରଫ କରିଥିଲେ  । ମାତ୍ର ଆଜି ତାକୁ କୋର୍ଟକୁ ଚାଳଣା ଆଗରୁ ସରକାରୀ ନିୟମ ଅନୁସାରେ ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯିବା ସମୟରେ ପୋଲିସକୁ ଚକମା ଦେଖାଇ ଖସିଯାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ  ଦାସବିଦ୍ୟାଧରପୁର ଗ୍ରାମର ଗଣେଶ ଭୋଇଙ୍କ ନାମରେ ନାବାଳିକାକୁ ଅସଦାଚରଣ କରିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିଲା  । ଅଭିଯୋଗକୁ ଆଧାର କରି ସତ୍ୟବାଦୀ ଥାନା କେସନଂ ୨୨୫/୧୯ରେ ଏକ କେସରୁଜ କରି ଗିରଫ କରିଥିଲେ  । ଆଜି ଗଣେଶର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ମେଡିକାଲକୁ ନିଆଯାଇଥିଲା  । ସେଠାରେ ସେ ଶୌଚାଳୟର ସ୍କାଇଲାଇଟି ଭାଙ୍ଗି ଫେରାର ହୋଇଯାଇଛି । ସତ୍ୟବାଦୀ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଡାଉ ଜାରି ରହିଛି  । ଅଭିଯୁକ୍ତଙ୍କୁ ବହୁ ଶିଗ୍ର ଗିରଫ କରାଯିବ ବୋଲି ଥାନାର ସେକେଣ୍ଡ ଅଫିସର  ରବୀନ୍ଦ୍ର କୁମାର  ନନ୍ଦଙ୍କଠାରୁ ପ୍ରକାଶ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts