ads

Breaking News

ବଡ଼ ବଡଙ୍କୁ ଛାଡ ଛୋଟ ଙ୍କୁ ଦଣ୍ଡ , ଅତାବିରା ତହସିଲଦାରଙ୍କ ବିଚିତ୍ର ନିୟମ

  ଅତାବିରା----+  ଧମକ ଚମକରେ ଫାଇନ ଆଦାୟ କରୁଛି ଅତାବିରା ତହସିଲ । ବରଗଡ଼ଜିଲ୍ଲା ଅତାବିରା ତହସିଲ ଚୋରା ବାଲି ଚାଲାଣକୁ ଧର ପଗଡ଼ ଆରମ୍ଭ କରିଛି । ଇଂକୁଆରୀରେ ଯିବାବେଳେ ଗୋଟିଏ ହାଇୱ  ଓ ଫେରିଲା ବେଳେ ଗୋଟିଏ ହାଇୱେ ସହ ୨ଟି ବାଲି ଗାଡି ଓ ଗୋଟିଏ ଚିପ୍ସ ଗାଡି କୁ ଧରି ଫାଇନ ଆଦାୟ କଲେ ଅତିରିକ୍ତ ତହସିଲଦାର  ସମ୍ମି ରେଡ୍ଡୀ ଜୟଶ୍ରୀ। ବରଗଡ଼ଜିଲ୍ଲା ରେ ଖୁଲମ ଖୁଲା ବଡ଼ ବଡ଼ ହାଇୱେ ଓ ଟ୍ରାକ୍ଟର ଗୁଡିକ ଚୋରା ବାଲି ଚାଲାଣ ହେଉଥିବା ବେଳେ  ସେମାନଙ୍କ ଠାରୁ ପାଇନି ଆଦାୟ କରାଯାଉନାହିଁ । ବଡ଼ ମାଛକୁ ଛାଡ଼ିଦେଇ ଛୋଟ  ମାଛରୁ ଫାଇନ ଆଦାୟ କରାଯାଉଛି ବୋଲି ଲୋକେ ଅଭିଯୋଗ କରନ୍ତି। ଖାଲି ସେତିକି ନୁହେଁ ଧମକ ଚମକ ମଧ୍ୟ ଦିଆ ଯାଉଥିବାର ଲୋକେ ଅଭିଯୋଗ କରନ୍ତି। ଅତିରିକ୍ତ ତହସିଲଦାର ମାଡାମଙ୍କ ପ୍ରତିକ୍ରିୟା ମଧ୍ୟ ନେଇଥିଲୁ ସେଥିରେ ସେ କହିଥିଲେ ସେମିତି କିଛି ଧମକ ଚମକ ନାହିଁ। ଆମେ ଧରିଲା ପରେ ମଧ୍ୟ ସେମାନେ ପଳେଇ ଯାଉଥିବାର କହିଥିବାବେଳେ ଯାହାର ସବୁ କାଗଜପତ୍ର ଠିକ ଅଛି ତାକୁ ଆମେ ଛାଡି ଦେଉଛୁ ବୋଲି କହିଥିଲେ।

 N das
Atabira
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts