ads

Breaking News

ପ୍ରଥମା ଅଷ୍ଟମୀ ପାଇଁ ଚଳଚଞ୍ଚଳ ନିଆଳୀର ମାଧବ ମନ୍ଦିର.


 ପୁରୀ----  ପ୍ରଥମା ଅଷ୍ଟମୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ନିଆଳୀର ମାଧବ ମନ୍ଦିର ।  ତ୍ରୁତୀୟ ଅନଙ୍ଗଭୀମ ଦେବଙ୍କ ଦ୍ବାରା ୧୨୨୬ ଖ୍ରୀଷ୍ଟାବ୍ଦରେ  ସ୍ଥାପିତ ଏହି  ମାଧବ ମନ୍ଦିର  । ଏହି ମନ୍ଦିରରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦର କୁ ପ୍ରଥମା ଅଷ୍ଟମୀ ଭାର ଯିବାର ଅନାଦି କାଳରୁ ପରମ୍ପରା ରହିଆସିଛି । ମାର୍ଗଶୀର ମାସ
କୃଷ୍ଣ ପକ୍ଷ ଅଷ୍ଟମୀ ତିଥୀରେ ପ୍ରଭୂ ଶ୍ରୀ ଜଗନ୍ନାଥ ନବ ବସ୍ତ୍ର ପରିଧାନ କରି ମାମୁଁ ଘରୁ ଯାଇଥିବା ଅରୁଆ ଚାଉଳ.ବିରି.ନଡିଆ.ଗୁଡ ସହ ଗୋଘ୍ରୁତ ରେ ପ୍ରସ୍ତୁତ ସ୍ବସ୍ବାଦୀ ବ୍ୟଞ୍ଜନ ପ୍ରଭୂଙ୍କ ପାଖରେ ଲାଗି ହୋଇଥାଏ ।ଏହି ପୁରାତନ ପ୍ରଥାକୁ ବଞ୍ଚାଇ ରଖିଛି ନିଆଳୀର ମାଧବନନ୍ଦ ଜୀ ଉ ମନ୍ଦିର ।  ଛତିଶା ସେବକ ନିଯୋଗ ସହ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଭାର ନବ ବସ୍ତ୍ର ନେଇ ଯାତ୍ରା କରିଛନ୍ତି । ସେଥିପାଇଁ ଆଜି ଠୁ ଚଳଞ୍ଚଳ ହୋଇପଡିଛି ମାଧବ ମନ୍ଦିର। ସକଳୁ ଦ୍ବାରା ପିଠା .ମଙ୍ଗଳ ଆଳତୀ.ସ୍ନାନ ମାର୍ଜନାପରେ ଶ୍ରୀ ଜିଉଙ୍କୁ ରାଜ ବେଶରେ ସୁସଜ୍ଜିତ କରାଯାଇ ଘଣ୍ଟ ଘଣ୍ଟା ଶଙ୍ଖ ଖୋଳ ମାର୍ଦଳଧ୍ବନୀରେ ମନ୍ଦିର ପରିବେଶ କମ୍ପିତ ହୋଇଉଠିଛି ଲା ।  ଏହି ଅବସରରେ ପାଞ୍ଚ ହଜାର ଉଦ୍ଧ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ଏଥିରେ ସାମିଲ୍ ହୋଇଥିବା ର ଦେଖାଯାଇଥିଲା ।

 J Sheti
puri
 ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive