ads

Breaking News

ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାଟଡ଼ିହି---- ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ଜୋରାଗଡିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଦାଧର ରାଉତଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି   । ଶାଳଣିଆଁ ପ୍ରାଥମିକ ଶିକ୍ଷକ ସଂଘର  ସଭାପତି ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ୱ କରିଥିଲେ  ।  ଅନୁଷ୍ଠିତ  ସଭାରେ ମୁଖ୍ୟ ଅତିଥି ଭାବେ ବି.ଇ.ଓ କ୍ଷୀରୋଦ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ବାସୁଦେବ ନାୟକ, ସମ୍ମାନୀୟଅତିଥି ଭାବେ  ଏ.ବି.ଇ.ଓ ସୁରଥ କୁମାର ସାହୁ, ବି.ଆର.ସି.ସି ବିନୋଦ ବିହାରୀ ରାଉତ, ଏ.ବି.ଇ.ଓ ସୁରେଶ କୁମାର ଜେନା, ହାଟଡିହି ବ୍ଲକ ଶିକ୍ଷକ ସଂଘ ଉପସଭାପତି ଲକ୍ଷ୍ମୀଧର ସେଠୀ, ଶାଳଣିଆଁ ଶିକ୍ଷକ ସଂଘ ସମ୍ପାଦକ ଇନ୍ଦ୍ରମଣୀ ସା,  ଦୀନବନ୍ଧୁ ବେହେରା ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଦାଧର ରାଉତଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି, ଆଖପାଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷକ ସଂଗଠନ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଦାୟୀ ଶିକ୍ଷକଙ୍କୁ ଉପଢ଼ୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ରାଜେନ୍ଦ୍ର କୁମାର ବଳ, ସବିତା ମହାନ୍ତି, ବାସନ୍ତୀଲତା ସେଠୀ, ହରେକୃଷ୍ଣ ଦାସ, ଅଜୟ କୁମାର ରାଉଳ, ଗଜେନ୍ଦ୍ର କୁମାର ସେଠୀ,  ସୌମ୍ୟରଞ୍ଜନ ବେହେରା, ସୁବାସ ପରିଡା, ବାସୁଦେବ ବେହେରା ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ହାଟଡିହିରୁ ବିକାଶ ବିଶ୍ୱାଳ

ads

Blog Archive

Popular Posts