ads

Breaking News

ଉତ୍ତର ଆଣ୍ଡାମାନ ସାଗର ଉପରେ ଘୁର୍ଣ୍ଣିବଳୟ

ଭୁବନେଶ୍ୱର----   ଉତ୍ତର ଆଣ୍ଡାମାନ ସାଗର ଉପରେ ଘୁର୍ଣ୍ଣିବଳୟ। ଯାହା ଅନୁମାନ କରାଯାଉଛି ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା କ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ଦୁଇ ତିନିଦିନ ମଧ୍ୟରେ ଡିପ୍ରେସନ୍‌ରେ ପରିଣତ ହେବ। ଆସନ୍ତା ୮ଓ ୯ ତାରିଖ ବେଳକୁ ଓଡିଶାରେ ବର୍ଷା ଆରମ୍ଭ ହେବ। ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ପ୍ରାୟ ୫୦ କି.ମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଉଛି। ତେବେ ପାଣିପାଗ ବିଜ୍ଞାନୀଙ୍କ ଆକଳନ ଯଦି ଠିକ୍ ହୁଏ ତାହେଲେ ଡିପ୍ ଡିପ୍ରେସନ୍ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି।ଇଣ୍ଡିଆନ୍‌ ନ୍ୟାସନାଲ୍ ସେଣ୍ଟର ଫର୍ ଓସେନ୍ ଇନଫରମେସନ୍ ସର୍ଭିସ୍ ପକ୍ଷରୁ ଜାରି ହୋଇଥିବା ଏ ଚିତ୍ରରେ ସମ୍ଭାବ୍ୟ ବାତ୍ୟା ୧୦ କିମ୍ବା ୧୧ ତାରିଖ ବେଳକୁ ଜଗତସିଂହପୁରରୁ କେନ୍ଦ୍ରାପଡ଼ା ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ। କିନ୍ତୁ ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ହେଲେ କୁହାଯାଇଛି ଆସନ୍ତା ସପ୍ତାହ ଶେଷ ଭାଗରେ ବର୍ଷା ସମ୍ଭାବନା ରହିଛି।

 ଧୀରେନ୍ଦ୍ର ସେନାପତି

ads

Blog Archive