ads

Breaking News

ନାଗେନପାଲି ଛକରେ ଧନ ଲକ୍ଷ୍ମୀପୂଜା ଅନୁଷ୍ଠିତ

ବରଗଡ଼------       ବରଗଡ଼ ଜିଲ୍ଲା ତୋରା ପଞ୍ଚାୟତ ୫୩ନଂ ଜାତୀୟ ରାଜପଥ କଡ଼ ନାଗେନପାଲି ଛକରେ ଧନଲକ୍ଷ୍ମୀ ପୂଜା କମିଟିର ଆନୁକୂଲ୍ୟରେ ଧନଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଇଯାଇଛି ।ଏହି ପୂଜା ଗତ ରବିବାର ଦୀପାବଳୀ ଦିନଠାରୁ ଆରମ୍ଭ ହୋଇ ବୁଧବାର ଦିନ ପୂର୍ଣ୍ଣାହୁତି ହେବ। ଏଥିରେ କର୍ତ୍ତା କର୍ତ୍ତୀ ଭାବେ ବାବୁଲୁ ବାଗ ଓ ତାଙ୍କ ସପତ୍ନୀ ଝରଣା ବାଗ ରହିଛନ୍ତି ।  ମୁଖ୍ୟ ପୂଜକ ଜଗନ୍ନାଥ ଷଡ଼ଙ୍ଗୀ,ପୁସ୍ତକାଚାର୍ୟ୍ଯ ସୁଧୀର ମହାପାତ୍ରଙ୍କ ସହ ସହଯୋଗୀ ପଣ୍ଡିତ ଭାବେ ରୋଶନ ଷଡ଼ଙ୍ଗୀ,ଆଲୋକ ଷଡ଼ଙ୍ଗୀ ପୂଜା କାର୍ଯ୍ୟ ତୁଲାଉଛନ୍ତି।ଏହି ପୂଜା  ୨୦ ବର୍ଷରୁ ବିଧିବଦ୍ଧ ଭାବେ ଅନୁଷ୍ଠିତ ହେଉଛି ପୂଜା କମିଟିର ସଭାପତି ଅଶୋକ ବଗର୍ତ୍ତି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମିଟିର ସଦସ୍ୟ ଓ ଅଞ୍ଚଳବାସୀଙ୍କ ପ୍ରମୁଖ ସହଯୋଗ କରିଥିଲେ ।

 N Das
Baragarh
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts