ads

Breaking News

ସାକ୍ଷୀଗୋପାଳ ବଜାର ଉଚ୍ଛେଦକୁ ବିରୋଧରେ ବଜାର ବନ୍ଦ


 D senapati
Sakhigopal
ସାକ୍ଷୀଗୋପାଳ ----- ଜବର ଦଖଲ ଉଚ୍ଛେଦକୁ  ସାକ୍ଷୀଗୋପାଳ ବଡ ବଜାର ବ୍ୟବସାୟୀ ସଂଘ ପକ୍ଷରୁ  ବିରୋଧ କରାଯାଇଚି । ଏହି ଅବସରରେ ମଙ୍ଗଳବାର ଦିନ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ରନ୍ନଚିରା ସେତୁ ପର୍ଯ୍ୟନ୍ତସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରାଯାଇଛି  । ସଂଘର ସଭାପତି ବିରେନ୍ଦ୍ର ଭୂଷଣ ହୋତାଙ୍କ ନେତ୍ୱତୃରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ବହୁ ଦିନ ହେବ ଲୋକମାନେ ଘର ଦ୍ୱାର କରି ପଟ୍ଟା ପାଉତି ପାଇଥିଲେ ମଧ୍ୟ ସେ ପ୍ଳଟ ଗୁଡିକ ଉଚ୍ଛେଦ କରିବାକୁ ବିରୋଧ କରାଯାଇଛି  । ବୈଠକରେ ସଭାପତି  ବିରେନ୍ଦ୍ର ଭୁଷଣ ହୋତା, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ,  ସହ ସମ୍ପାଦକ ବିଷ୍ଣୁ ପ୍ରସାଦ ମିଶ୍ର, ଉପସଭାପତି ଶଙ୍କର ପ୍ରଧାନ, ବାବନ ବରାଳ, ଭ୍ରମର ବର ସ୍ବାଇଁ, ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଉଚ୍ଛେଦ ପ୍ରକିୟାକୁ  ଦୃଢ଼ ଭାବରେ ବିରୋଧ କରିଥିଲେ   । ଆବଶ୍ୟକ ସ୍ଥଳରେ ପେଣ୍ଠପଡା, ଜୟପୁର ମୌଜାର ÷ଅଧିବାସୀ ମାନଙ୍କର ମତାମତ ବା ସହଯୋଗ ନିଆଯିବ ବୋଲି ବୈଠକରେ ଆଲେଚନା କରାଯାଇଥିଲା  ।     ଅନ୍ୟପକ୍ଷେ ଜିଲ୍ଲାପାଳଙ୍କୁ ବଜାର ଭଙ୍ଗା ଯିବା ସମ୍ପର୍କେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts