ads

Breaking News

ବେଗୁନିଆ ସାହିତ୍ୟାନୁଷ୍ଠାନର ସାହିତ୍ୟ ଆସର

  J panda
begunia
ବେଗୁନିଆ--- -ବେଗୁନିଆ ବ୍ଲକ ରାଧାକାନ୍ତପୁର ପଞ୍ଚାୟତ ଅନ୍ତର୍ଗତ ସୁଆଁଳ ଗ୍ରାମରେ ଶ୍ରୀ ଶ୍ରୀ ଦଧିବାମନଦେବ ମନ୍ଦିର ପରିସରରେ  ବେଗୁନିଆ ସାହିତ୍ୟାନୁଷ୍ଠାନର ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି । ସଭାର ପ୍ରାରମ୍ଭରେ କବୟତ୍ରୀ ପ୍ରତିମା ପ୍ରଧାନ କାର୍ତିକ ପୁରାଣ  ପାଠ କରିଥିଲେ । ସାହିତ୍ୟଘରର ସଭାପତି  କବି ରାଜକିଶୋର ପାଣିଗ୍ରାହୀ  ପୌରିହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଉତ୍କଳୀୟ ପରମ୍ପରାରେ ପୂଣ୍ୟମାସ କାର୍ତିକର ମହାତ୍ମ୍ୟ ଶୀର୍ଷକ କବିତାପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । କବି ପ୍ରସନ୍ନ ମଣ୍ଡଳ କବିତା ପାଠ ଉତ୍ସବଟିକୁ  ସଂଯୋଜନା କରିଥିଲେ  । ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂପାଦକ ଦିବାକର ସାହୁ  ପ୍ରାରମ୍ଭିକ ସୁଚନା ଦେବାସହ  ଡିସେମ୍ବର ମାସ ଶେଷ ସପ୍ତାହରେ ଅନୁଷ୍ଠାନର ବାର୍ଷିକ ଉତ୍ସବ  ଆୟୋଜନ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ ।  ସମ୍ମାନିତ ଅତିଥି ବୋଲଗଡ  ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ସ୍ୱ ରଚିତ ଆବାହନୀ ସଙ୍ଗୀତ ଗାନ କରିଥିଲେ ।ଏଥିରେ ଆରିକମା  ସରକାରୀ ହୋମିଓପାଥି ଚିକିତ୍ସାଳୟର ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟ ଅତିଥି,ଗାୟକ ଭାଷାରତ୍ନ ଖଗେଶ୍ୱର ମାର୍ଥା ,ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ମଣିଷର ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ ଓ ସନ୍ତୁଳିତ କରିବା କ୍ଷେତ୍ରରେ ପୂଣ୍ୟମାସ କାର୍ତିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।କାର୍ଯ୍ୟକ୍ରମକୁ ସମାଜସେବୀ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ । କବି ଗଙ୍ଗାଧର ଓଝା,ଗୌର ଚରଣ ଦାଶ,ଜଗଦୀଶ ଚନ୍ଦ୍ର ପାତ୍ର,ସମାଜସେବୀ ବସନ୍ତ କୁମାର ହୋତା,ସୁଜିତ କୁମାର ପାତ୍ର,ଲକ୍ଷ୍ମଣ ଜୟସିଂହ,ମାନସ ରଞନ କର,ଅଶୋକ କୁମାର ବରାଳ,ଜୟନ୍ତ ତ୍ରିପାଠୀ,ମାୟାଧର ପାଣିଗ୍ରାହୀ,ଶିକ୍ଷକ ଜମ୍ବେଶ୍ୱର ମଙ୍ଗରାଜ,ପ୍ରଦୀପକୁମାର ବଳିୟାରସିଂହ ,ସତ୍ୟବାଦୀ ସାହୁ,ଅଜାତଶତ୍ରୁ ମହାପାତ୍ର,ହରିବନ୍ଧୁ ପଣ୍ଡା ଓ ବ୍ରଜବନ୍ଧୁ ପଣ୍ଡା ପ୍ରମୁଖ ସ୍ୱରଚିତ କବିତାପାଠ ଓ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶିଳ୍ପୀ କଳ୍ପତରୁ ପଣ୍ଡା ଉଦଯାପନୀ ସଙ୍ଗୀତ ଗାନ କରିଥିବା ବେଳେ  ସମାଜସେବୀ ଶ୍ୟାମ ସୁନ୍ଦର କର ଧନ୍ୟବାଦ  ଅର୍ପଣ କରିଥିଲେ ।
 ବେଗୁନିଆରୁ  ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts