ads

Breaking News

୨୪ଜଣ ମାଓବାଦୀ ଫଟୋ ଜାରି କଲା ପୋଲିସ; ଜନସ୍ରୋତରେ ସାମିଲି ପାଇଁ ଦେଲା ଆହ୍ବାନ

କନ୍ଧମାଳ------ ରାଜ୍ୟ ସରକାରଙ୍କ ଦ୍ବାରା ୨୪ ଜଣ କେକେବିନ୍ କ୍ୟାଡର ମାଓବାଦୀଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି । ଏନେଇ କନ୍ଧମାଳ ପୋଲିସ ପକ୍ଷରୁ ପୋଷ୍ଟର ଜାରି କରାଯାଇଛି।  ଆଜି ବାଲିଗୁଡା ଷ୍ଟେଟବ୍ୟାଙ୍କ ପାଚେରୀରେ ମାଓ ବିରୋଧୀ ପୋଷ୍ଟର ସହ କେକେବିନ୍ ମାଓ ସଙ୍ଗଠନର ୨୪ଜଣ କ୍ୟାଡର ମାଓବାଦୀଙ୍କ ପୋଷ୍ଟର ଜାରି କରାଯାଇଛି ।ଏହା ସହ ପୁରସ୍କାର ରାଶି ଲେଖାଥିବା  ପୋଷ୍ଟର ଦେଖିବାକୁ ମିଳିଛି । ମାଓବାଦୀ ଭାଇଭଉଣୀ ମାନଙ୍କୁ ମାଓ କାର୍ଯ୍ୟକଳାପ ଛାଡ଼ି ଆତ୍ମସମର୍ପଣ କରିବାକୁ ଅନୁରୋଧ ଅରାଯାଇଛି ପୋଷ୍ଟରରେ । ଏଥିସହିତ ଆତ୍ମସମର୍ପଣ କରିବାପରେ ସେମାନଙ୍କର କୌଣଶି ଅସୁବିଧା ହେବନାହିଁ ବୋଲି ମଧ୍ୟ ପୋଷ୍ଟର ମାଧ୍ୟମରେ ପ୍ରତିଶ୍ରୁତି ଦିଆଯାଇଛି । ଯୋଗାଯୋଗ ପାଇଁ କନ୍ଧମାଳ ପୋଲିସ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଟେଲିଫୋନ ନମ୍ବର ମଧ୍ୟ ଜାରି କରାଯାଇଛି । 

କନ୍ଧମାଳରୁ ମନୋଜ କୁମାର ପଣ୍ଡା
M panda
Kandhamala

ads

Blog Archive

Popular Posts