ads

Breaking News

ଶ୍ରୀକୃଷ୍ଣର ଚିକିତ୍ସାରେ ବାଧକ ସାଜିଛି ଅର୍ଥ

  ବ୍ରହ୍ମଗିରି  ---- ରାଜ୍ୟ ସରକାର ୫ଟି  ଯୋଜନା ମାଧ୍ୟମରେ  ଗରିବ ଅସହାୟ ଲୋକଙ୍କ ପାଇଁ କରିଛନ୍ତି ଯୋଜନା ।  ମାତ୍ର ଏହି ଯୋଜନା ଅଧିକାଂଶ ସମୟରେ ବାଟବଣା ହୋଉଥିବାର ଦେଖାଯାଏ । ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ତାମିଳିକୁଦି ଗ୍ରାମରୁ ପ୍ରମୋଦ ପରିଡାଙ୍କ ୫ ବର୍ଷର ପୁଅ ଶ୍ରୀକୃଷ୍ଣ  ପରିଡ଼ା । ଜନ୍ମରୁ ରୋଗରେ କଲବଲ ହେଉଛି ଏହି କୋମଳ ମତି ଶିଶୁ ।  ବଞ୍ଚିବା ପାଇଁ ସଂଗ୍ରାମ କରୁଛି ଶ୍ରୀକୃଷ୍ଣ।  ସଂଗ୍ରାମ କରୁଛି ନିସ୍ପାପ ଶିଶୁ ଶ୍ରୀକୃଷ୍ଣ। ବଞ୍ଚିବା ପାଇଁ ଖୋଜୁଛି ରାହା। ଦେହରୁ ଛାଡୁଛି ବକଳା ପରି ଚମଡା ।  ଜନ୍ମ ହେବାର ଦିନକ ମଧ୍ୟରେ ଦେହର ଚମଡା ଫାଟିଥିଲା। ଏହାପରେ ଡାକ୍ତର ଭଲହୋଇଯିବ କହି ଘରକୁ ଫେରାଇ ଦେଇଥିଲେ। ପରେ ଦିନକୁ ଦିନ ଶ୍ରୀକୃଷ୍ଣ ଦେହରୁ ଚମଡା ଫାଟି ଛାଡିବାରୁ ପ୍ରମୋଦ ଡାକ୍ତରଙ୍କୁ ଦେଖାଇଲେ। ଡାକ୍ତର ଶ୍ରୀକୃଷ୍ଣଙ୍କର ପରିକ୍ଷା କରିବା ପରେ ସୋରିଆସିସ୍ ରୋଗ ହୋଇଛି ବୋଲି କହିଥିଲେ ।  ପ୍ରମୋଦ ଦିନ ମଜୁରିଆ ହୋଇଥିବାରୁ ପରିବାର  ମୁହଁରେ ଦିମୁଠା ଆହର ଯୋଗାଇବା ପରେ ପାଖରେ ଆଉ କିଛି ଅର୍ଥ ରହୁନାହିଁ। ଫଳରେ ଧାରକରଜ କରି ଶ୍ରୀକୃଷ୍ଣଙ୍କ ଚିକିତ୍ସା କରାଇଥିଲେ ପରିବାର। କିନ୍ତୁ ଏବେ ଅର୍ଥ ପାଇଁ ଅଟକିଛି ଚିକିତ୍ସା। ଶଫଳରେ ଦିନକୁ ଦିନ ଯନ୍ତ୍ରା ଭୋଗୁଛି ଶ୍ରୀକୃଷ୍ଣ। ରୋଗୀଣା ପୁଅକୁ ଧରି ବାପା ପ୍ରମୋଦ ଏ ଅଫିସରୁ ସେ ଅଫିସିକୁ ବୁଲୁଥିଲେ ମଧ୍ୟ  କାହିରି ନଜର ପଡ଼ୁନାହିଁ । ଶେଷରେ ନିରାସ ହୋଇ ଭାଗବାନଙ୍କ ପାଖରେ ହାତଟେକି ଦେଇଛନ୍ତି ପ୍ରମୋଦ । ଯଦି କୈାଣସି ସହୃଦୟ ବ୍ୟକ୍ତି କିମ୍ବା ପ୍ରଶାସନ ଅଧିକାରୀ ଶ୍ରୀକୃଷ୍ଣର ଚିକିତ୍ସା ପାଇଁ ସହାୟତାର ହାତ ବଢାନ୍ତେ ତାହେଲେ ଶ୍ରୀକୃଷ୍ଣ ରୋଗରୁ ସୁସ୍ଥ ହୋଇପାରନ୍ତା।  ଧୀରେନ୍ଦ୍ର ସେନାପତି
 D senapati
Bhamgiri

ads

Blog Archive

Popular Posts