ads

Breaking News

ଓଡ଼ଗାଁ ଆହାର କେନ୍ଦ୍ରରେ ଭୋଜନ କଲେ ମନ୍ତ୍ରୀ ଡ଼ଃ ଅରୁଣ


ଓଡ଼ଗାଁ   ----- ନୟାଗଡରେ ଜିଲ୍ଲାର ଉନ୍ନତି ପାଇଁ ସ୍ଥିତି ପରଖିବା ପାଇଁ ନିଜେ ପହଞ୍ଚିଛନ୍ତି ଖୋଦ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ। କେବେ ବସଷ୍ଟାଣ୍ଡରେ ଜନଶୁଣାଣୀ ହେଉ କିମ୍ବା ଭୁବନେଶ୍ୱରରୁ ନୟାଗଡ଼କୁ ଟ୍ରେନର ଲୋକାଲ ବଗିରେ ଯାତ୍ରା।ନିଆରା ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ । ଗତକାଲି ହଠାତ ପହଞ୍ଚିଥିଲେ ଓଡ଼ଗାଁ ଆହାର କେନ୍ଦ୍ରରେ। କେହିକିଛି ବୁଝିବା ଆଗରୁ ପାଞ୍ଚଟଙ୍କା ଦେଇ ଟିକେଟ କାଟିଲେ ଏବଂ ସାଧାରଣ ଲୋକଙ୍କ ସ୍ଥାନରେ ବସି ଖାଇବା ସହ ଖାଦ୍ୟର ମାନ ପରୀକ୍ଷା କରିଥିଲେ। ଖାଇସାରିବା ପରେ ଖାଦ୍ୟର ମାନ ସର୍ବଦା ଭଲ କରିବା ସହ ଆହାର କେନ୍ଦ୍ରର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାପାଇଁ କହିଥିଲେ। 

ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive