ads

Breaking News

ଟ୍ରକ ଧକାରେ ପୂର୍ବତନ ସରପଞ୍ଚ ରଘୁନାଥ ଜେନାଙ୍କ ର ମୃତ୍ୟୁ

 ବରୀ-----   ବରୀ ରାମଚନ୍ଦ୍ରପୁର  ଥାନା ଅନ୍ତର୍ଗତ ବରୀ ମାଉଣ୍ଟ ମୁଖ୍ୟ ବଜାର ଠାରେ ଟ୍ରକ ଧକାରେ ଅରଙ୍ଗାବାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ରଘୁନାଥ ଜେନାଙ୍କ ର ମୃତ୍ୟୁ ଘଟିଛି । ମୃତ୍ୟୁ ଘଟଣା ପ୍ରଚାରିତ ହେବାପରେ ଶହଶହ ସଂଖ୍ୟାରେ ଲୋକମାନେ ରୁଣ୍ଡ ହୋଇ ମୁତଦେହକୁ ରାସ୍ତା ଉପରେ ରଖି ଟାୟାର ଜାଳି ରାସ୍ତାରୋକ  କରିଥିଲେ ।  ଦୀର୍ଘ ୫ ଘଣ୍ଟା ଧରି ବରୀ -ବାରୁହାଁ ରାସ୍ତା ବନ୍ଦ ରହିଥିଲା । ଖବର ପାଇ ବରୀ ଆଇ ଆଇ ସି , ଓ ତାହସିଲଦାର ଘଟଣାସ୍ଥଳଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରିଥିଲେ । ଆନ୍ଦୋଳନ କରିମାନେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ  ଦାବିରେ ଜିଦଧରି ବସିରହିଥିଲେ ।  ଯାହାଫଳରେ କି ୫ଘଣ୍ଟା ପରେ ଯାଜପୁର ଏସଡିପିଓ ଓ ଅତିରିକ୍ତ ଆରକ୍ଷୀ ଅଧିକାରୀ ଆସି ଆନ୍ଦୋଳନ  କାରୀଙ୍କୁ ବୁଝାବୁଝି କରିବା ସହିତ ତହସିଲଦାର ,ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ , ସ୍ଥାନିୟ ସରପଞ୍ଚ  ଆନ୍ଦୋଅଳ କାରୀଙ୍କ ସହ ଆଲୋଚନା କରି ରେଡ଼କ୍ରସ ପାଣ୍ଠିରୁ 10ହଜାର ,ହରିଶ୍ଚନ୍ଦ୍ର ଯୋଜନରୁ 2ହଜାର ଟଙ୍କା ଦେବାସହ ସମସ୍ତ ପ୍ରକାର ଆଇନି ସହାୟତା ଯୋଗାଇବାର ପ୍ରତିଶୃତି ଦେବାପରେ  ରାସ୍ତାରୋକ ହଟିଥିଲା । 

bari news satyabadi news truck ex sarapanch death in tuck accident
Ex Sarapancha death in truck accident
ଯାଜପୁର,ବରୀରୁ ଦର୍ଶନ ବେହେରା
sakhigopal news
satyabadi news
bari news

ads

Blog Archive

Popular Posts