ads

Breaking News

ମାଟି ଘର କାନ୍ଥ ଭୁଶୁଡି ଜଣେ ବ୍ୟକ୍ତି ଆହତ


 J Sehti
Puri News
ପୁରୀ----- ଲଘୁଚାପ ବର୍ଷା କୁ ନେଇ ପୁରୀ ସହର ବେହାଲ ହୋଇ ପଡିଛି।   ବର୍ଷା ଲାଗି ରହିଥିବା ହେତୁ ରାସ୍ତା ଘାଟ ତଥା ତଳିଆ ଅଞ୍ଚଳ ଜଳାର୍ଣବ ହୋଇ ପଡିଛି। ତେବେ କୁମ୍ଭାରପଡ଼ା ରେ ଏକ ମାଟି ଘର କାନ୍ଥ ଭୁଶୁଡି ପଡିବାରୁ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ହୋଇ ଥିବା ବ୍ୟକ୍ତି ହେଲେ ରସାନନ୍ଦ ବିଶୋଇ। ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପୁରୀ ମେଡ଼ିକାଲ ରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁସାରେ ରସାନନ୍ଦ ରାତିରେ ଘରେ ଶୋଇ ଥିଲେ। ଭୋର ସମୟରେ ହଠାତ ମାଟି କାନ୍ଥ ଭୁଶୁଡ଼ି ପଡିଥିଲା। ଫଳରେ ରସାନନ୍ଦ ବିଶୋଇ ମାଟି କାନ୍ଥ ଭିତରେ ରହି ଯାଇ ଥିଲେ। ତେବେ ସ୍ଥାନୀୟ ଲୋକ ମିଶି ଉଦ୍ଧାର କରି ତାଙ୍କୁ ଚିକିତ୍ସା ନିମନ୍ତେ ପୁରୀ ମେଡ଼ିକାଲ ରେ ଭର୍ତ୍ତି କରିଛନ୍ତି। ତାଙ୍କ ର ଚିକିତ୍ସା ଚାଲିଛି।  ଅନ୍ୟପଟେ ମାଟି ତୋଟା , ସିଦ୍ଧ ମହାବୀର, ସୁଜାତା ନଗର, ବଳିଆ ପଣ୍ଡା ବସ୍ତି ବାସିନ୍ଦା ଜଳ ବନ୍ଦୀ ରେ ରହିଛନ୍ତି। ଲୋକେ ନାହିଁ ନ ଥିବା ଅସୁବିଧା ଭୋଗିଛନ୍ତି। 

ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts