ads

Breaking News

ଅତାବିରାବ୍ଲକ ପରିସରରେ ଯୁଗ୍ମ ଜନ ଶୁଣାଣି ; ଅଭିନବ ଉପାୟରେ ଚାଷୀ ଆଣିଲେ ଅଭିଯୋଗ


 N das
Baragrah
  ବରଗଡ଼-----   ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପରିସରରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଜନ ଶୁଣାଣି ଶିବିରରେ ଚାଷୀ ମାନେ ଭିନ୍ନ ଉପାୟରେ ଅଭିଯୋଗ କଲେ ।  ପୋକ ଓ ଅଦିନିଆ ବର୍ଷା ରେ ଧାନ ଫସଲ ନଷ୍ଟ ହୋଇଯାଇଥିବା ଧାନ ଗଛ ବିଡା ଧରିକି ଦେଖାଇଥିବା ର  ଦେଖାଯାଇଥିଲା । ଅତାବିରା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରଣବ କୁମାର ଚାନ୍ଦଙ୍କ ଅଧ୍ୟକ୍ଷତା କରିଥିଲେ । ଏଥିରେ ବରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ପଧାନ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମରେନ୍ଦ୍ର ରଣା,ଅତିରିକ୍ତ ଜିଲ୍ଲାପାଳ ସୁମତି ପଣ୍ଡା,ତହସିଲଦାର ହୃଦାନନ୍ଦ ଅଡ୍ଡା,ବ୍ଲକ ଅଧ୍ୟକ୍ଷା ରୀତା ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଆଜିର ଅଭିଯୋଗଗୁଡିକ ମୂଖ୍ୟତଃ ରାସ୍ତା,ପାନୀୟଜଳ ଯୋଗାଣ,ଆବାସ ଯୋଜନା, ଚାଷ,ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା ସହ ଅନେକ ସମସ୍ୟା ଉପରେ  ଥିଲା। କିନ୍ତୁ  ଆଶ୍ଚର୍ଯ୍ୟର କଥା ଆଜିର ଜନଶୁଣାଣି କାର୍ଯ୍ୟକ୍ରମରେ ମାତ୍ର  ୫୪ ଟି ଅଭିଯୋଗ ହୋଇଥିଲା। ଅତାବିରା ବ୍ଲକ ୨୪ଟି ପଞ୍ଚାୟତ ତଥା ୧୨  ଟି ୱାର୍ଡ ବିଶିଷ୍ଟ ଏନଏସିକୁ ନେଇ ଗଠିତ ।  ବ୍ଲକ ତଥା ଏନେସିର ପ୍ରତିଟି ସ୍ଥାନରେ କିଛି ନାଁ କିଛି ସମସ୍ୟ ଲାଗିରହିଛି ।   ଜିଲ୍ଲାପାଳ ଅତାବିରା ଉପସ୍ଥିତ ରହି ଅଭିଯୋଗର ଶୁଣାଣି କରିବେ,ଏ ବିଷୟ ସମସ୍ତେ ଅବଗତ ନଥିଲେ ନାଁ ଅବଗତ କରାଯାଇ ନଥିଲା ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି ।  ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ   

ads

Blog Archive

Popular Posts