ads

Breaking News

ମଣ୍ଡଳ ସ୍ତରୀୟ ‘ସୁରଭି ’ ଛାତ୍ର ଛାତ୍ରୀ ଦେଖାଇଲେ ଦମ


D Senapati
Delang news
ଡେଲାଙ୍ଗ ------ ଡେଲାଙ୍ଗ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ତହସିଲଦାରଦାର ରାଜେନ୍ଦ୍ର ଆଚାରୀଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ  । ସମ୍ମାନୀତ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର,  ଡେଲାଙ୍ଗ କୋଠବାଡ ସରପଞ୍ଚ ରମାମଣୀ ରାଉତରାୟ,  ପୂର୍ବତନ ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ, ସହ ଶିକ୍ଷା ଅଧିକାରୀ ଶ୍ୟମ ସୁନ୍ଦର ଦାସ,  ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତୀ ବେହେରା ଓ ପରିଚାଳନା କମିଟିର ସଭାପତି ବିଶ୍ୱନାଥ ପରିଡା ଯୋଗଦେଇଥିଲେ  । ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ ସହ ଶିକ୍ଷା ଅଧିକାରୀ ରବିନାରାୟଣ ମହାପାତ୍ର  । ଏହି ଅବସରରେ ୧୬ ଟି କ୍ଳଷ୍ଟରର ୩୭୮ ଛାତ୍ର ଛାତ୍ରୀ ଓ ୮ଜଣ ଗାଇଡି ଶିକ୍ଷକ ଶିୟକ୍ଷତ୍ରୀ ଯୋଗଦେଇଥିଲେ  ।  ବରିଷ୍ଠ ବିଭାଗରେ ପ୍ରବନ୍ଦ, ବିତର୍କ, କୁଇଜ, ଚିତ୍ରାଙ୍କନ, ସୃଜନଶୀଳ ଲିଖିନ, ବକ୍ତୁତା ଓ ସଂଗୀତ ପ୍ରତିଯୋଗିତା କରାଯାଇଥିଲା  । ସେହିପରି କନିଷ୍ଠ ବର୍ଗରେ କୁଇଜ, ଚିତ୍ରାଙ୍କନ, ସୃଜନଶୀଳ ଲିଖିନ, ବକ୍ତୁତା , ସଂଗୀତ ଓ ସୁନ୍ଦର ହସ୍ତାକ୍ଷର ଓ ଶୁତଲିଖନ,  ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ସମ୍ପକୀୟ ଚିତ୍ରକଳା ଓ ଶିଳ୍ପକଳା ପ୍ରତିଯୋଗିତା କରାଯାଇଥିଲା  ।  ସିଆରସିସି ଦୀଲିପ କୁମାର ନାୟକ, ତପନ କୁମାର ମଲ୍ଲିକ, ପ୍ରଦୀପ ବଳିୟାରସିଂ, ବସନ୍ତ କୁମାର ସେଠୀ, କୈଳାସ ସ୍ୱାଇଁ, ମନ ରଞ୍ଜନ ମହାରଣା, ପ୍ରଫୁଲ ଦାସ, ଅଭିମନ୍ୟୁ ପ୍ରଧାନ, ଅମରେନ୍ଦ୍ର ପ୍ରଧାନ, ଲୋକନାଥ ପ୍ରଧାନ, ପବିତ୍ର ପଣ୍ଡା, ହରିହର ରଥ, ସନାତନ ସ୍ୱାଇଁ, କୃତି ବାସ ପରିଡା, ବିକ୍ରମ କୁମାର ପାତ୍ର  କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ  ।   ବରିଷ୍ଠ ବର୍ଗରେ ସଂଗୀତ ବିଭାଗରେ ସୂର୍ଯ୍ୟ ନାରାୟଣ ଦାସ ,  ବିତର୍କରେ ପିୟଙ୍କା ପିୟଦର୍ଶନୀ ବସନ୍ତରାୟ , ବକ୍ତୁତାରେ  ସୁଚିତ୍ରା ସାମନ୍ତରାୟ , ଚିତ୍ରାଙ୍କନରେ କାଦିରାନ ବେଗମ , ପ୍ରବନ୍ଧରେ ପତିକ୍ଷା ପୌଦାର , ସୃଜନଶୀଳ ଲିଖିନରେ ତନୁଶ୍ରୀ ବେହେରା , କୁଇଜରେ ଲକ୍ଷ୍ମୀପିୟା ମାନସିଂହ  । ସେହିପରି କନିଷ୍ଠ ବିଭାଗର ଚିତ୍ରାଙ୍କନରେ ଅନ୍ନପୂର୍ଣ୍ଣା ପ୍ରଧାନ, କୁଇଜରେ ଅଂଶୁମାନ ନାୟକ, , ସୁନ୍ଦର ହସ୍ତାକ୍ଷର ଓ ଶୁତଲିଖିନରେ ସୋନାଲି ପିୟଦର୍ଶନୀ, ସୃଜନଶୀଳ ଲିଖିନରେ ପ୍ରଜ୍ଞା ପରମିତା ପ୍ରଧାନ , ସଂଗୀତରେ ଅନ୍ନପୂର୍ଣ୍ଣା ଦାସ, ବକ୍ୁତାରେ ଦିବ୍ୟକାନ୍ତ ଆଳୁକ. ମଧ୍ୟାହ୍ନ ଭୋଜନ ଶିଳ୍ପକଳାରେ ଦୀପକ ବେହେରା, ଚିତ୍ରକଳାରେ ତପସ୍ୱନୀ ମଲିକ, ଦଳଗତ ସାଂସ୍କୃତି କାର୍ଯ୍ୟକ୍ରମରେ ଚଣ୍ଡେଶ୍ୱରୀ ଉପ୍ରା ବିଦ୍ୟାଳୟର  ଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାରି କରି  ଜିଲ୍ଲା ସ୍ତରକୁ ଯିବା ପାଇଁ ମନୋନୀତ ହୋଇଛନ୍ତି  । ଉଦ୍ଯାପନୀ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲା ମାନଙ୍କ ମଧ୍ୟରେ ଥିବା ଦକ୍ଷତା ବୃଦ୍ଧି ହେବାର ମାଧ୍ୟମ ହେଉଛି ସୁରଭି । ରାଜ୍ୟ ସରକାର ପିଲା ମାନଙ୍କୁ ସମସ୍ତ ଶିକ୍ଷା, ସହିତ ଶାରୀରିକ ଦକ୍ଷତା ବୃଦ୍ଧି ୍କରିବା ପାଇଁ ସବୁବେଳେ ଉଦ୍ଦ୍ୟମ ଜାରି ରଖିଛନ୍ତି ବୋଲି ସେ କହିଥିଲେ  ।  ସମ୍ମାନୀୟ ଅତିଥି ଭାବେ ସହ ଶିକ୍ଷା ଅଧିକାରୀ ଶରତ ଚନ୍ଦ୍ର ମିଶ୍ର, ଯୁଧିଷ୍ଠିର ପରିଡା ଯୋଗଦେଇ  ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ପରୁଷ୍କାର ପ୍ରଦାନ କରିଥିଲେ  । ଶିକ୍ଷକ ସୁଧୀର ଜେନା କାର୍ଯ୍ୟକମକୁ ସଂଯୋଜନା କରିଥିବା ବେଳେ ସିଆରସିସି ଦୁର୍ଯ୍ୟେଧନ ପ୍ରଧାନ ଧନ୍ୟବାଦ ଦେଇଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts