ads

Breaking News

ଡେଲାଙ୍ଗ ବିଦ୍ଯୁତ କାର୍ଯ୍ଯାଳୟରେ ଶକ୍ତି ସଚିବ


ଡେଲାଙ୍ଗ-ଶନିବାର ଅପରାହ୍ନରେ ରାଜ୍ଯ ଶକ୍ତି ସଚିବ ହେମନ୍ତ ଶର୍ମା ଡେଲାଙ୍ଗ  ବିଦ୍ଯୁତ କାର୍ଯ୍ଯାଳୟ ଠାରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଥିବା ସମସ୍ତ ବିଦ୍ଯୁତ ବିଭାଗ ଅଧିକାରୀ ମାନଙ୍କ ସହ ସାମୁଦ୍ରିକ ଝଡ ବାତ୍ଯା ଫାନି ପ୍ରଭାବରେ ଅଂଚଳରେ ବିଦ୍ଯୁତ ସଂଯୋଗ ସମ୍ପର୍କରେ ତଥ୍ଯ ବୁଝିଥିଲେ ।  ସମସ୍ତ ଅଞ୍ଚଳ ମାନଙ୍କରେ ବିଦ୍ଯୁତ ସେବା ସଂଯୋଗି କରଣକୁ ଦ୍ରୁତଗତିରେ କାର୍ଯ୍ଯ ସାରିବାକୁ ବିଭାଗୀୟ ଅଧିକାରି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବଂ ଆବଶ୍ୟକୀୟ ଯନ୍ତ୍ରପାତି ଓ ସାମଗ୍ରୀ ଜିଲ୍ଲା ମୁଖ୍ଯ କାର୍ଯ୍ଯାଳୟରେ ମହଜୁଦ ରହିଛି । 11kv ୪୦ ରୁ ୫୦ କିଲୋମିଟର ଘୋରଡ଼ିଆ ଫିଡର ୩୦ କିଲୋମିଟର ରେଙ୍ଗଳ 11kv ୧୨ କିଲୋମିଟର ପର୍ଯ୍ଯନ୍ତ କାର୍ଯ୍ଯ ସମ୍ପୂର୍ଣ୍ଣ ହୋଇଥିବା ବିଭାଗୀୟ ଅଧିକାରି ମାନେ ଶକ୍ତି ସଚିବ ହେମନ୍ତ ଶର୍ମା ଙ୍କୁ ଜଣାଇଥିଲେ ।ଶକ୍ତି ସଚିବ ପରିଦର୍ଶନ ସମୟରେ ଏଜିଏମ ସୁବ୍ରତ କୁମାର ସାହୁ ବିଭାଗୀୟ ଡିଭିଜନ କନିଷ୍ଠ ଯନ୍ତ୍ରୀ ଡେଲାଙ୍ଗ ବ୍ଲକ ସଞ୍ଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts